Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, କେତେ ତାରିଖରେ ହେବ ମତଦାନ, ଜାଣନ୍ତୁ

25/08/2019 at 6:15 PM

ନୂଆଦିଲ୍ଲୀ୨୫|୮: ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡିକ ହେଉଛି, ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶ। ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ସିଟ୍ ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ତାରଖ ଘୋଷଣା କରି ସାରିଛନ୍ତି। ଏହି ରାଜ୍ୟଗୁଡିକର ବିଧାନସଭା ଉପ-ନିର୍ବାଚନ ସେପ୍ଟେମ୍ବର ୨୩ ତାରିଖରେ ହେବ।

ସୂଚନାଯୋଗ୍ୟ ଯେ,ଉତ୍ତର ପ୍ରଦେଶର ହମିରପୁର ଆସନ, ଛତିଶଗଡ଼ରର ଦାନ୍ତେଓ୍ବାଡ଼ ଆସନ, କେରଳର ପାଲା ଆସନ ଓ ତ୍ରିପୁରାର ଭଦରଘାଟ ଆସନରେ ଉପ-ନିର୍ବାଚନ ହେବ। ସେପ୍ଟେମ୍ବର ୨୩ ତାରିଖରେ ଭୋଟିଂ ପରେ ସେପ୍ଟେମ୍ବର ୨୭ ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୨୮ ତାରିଖରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ନାମାଙ୍କନ ପତ୍ରର ପ୍ରତ୍ୟାହାର କରିବାର ଶେଷ ତାରିଖ ସେପ୍ଟେମ୍ବର ୭ ରହିଛି।

ଭାରତୀୟ ଜନତା ପାର୍ଟିର ବିଧାୟକ ଅଶୋକ ଚନ୍ଦେଲଙ୍କ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପରେ ଉତ୍ତର ପ୍ରଦେଶର ହମିରପୁର ଆସନ ଖାଲି ପଡିଛି। ମାଓବାଦୀଙ୍କ ଆକ୍ରମଣରେ ବିଧାୟକ ଭିମା ମାଣ୍ଡଭିଙ୍କ ମୃତ୍ୟୁ ପରେ ଛତିଶଗଡ଼ର ଦାନ୍ତେଓ୍ବାଡ ଆସନ ଫାଙ୍କା ପଡିଛି।

   Related Posts