Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଆଜି ସୁପ୍ରିମକୋର୍ଟରୁ ଆସିବ ବଡ ରାୟ : ଆରଟିଆଇ ପରିସରଭୁକ୍ତ ହେବ କି ନାହିଁ ସେ ନେଇ ଶୁଣାଣି

13/11/2019 at 9:26 AM

ନୂଆଦିଲ୍ଲୀ ୧୩/୧୧: ଆଜି ସୁପ୍ରିମକୋର୍ଟରୁ ଆସିବ ବଡ ରାୟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ରାୟ ପ୍ରକାଶ କରିବେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ୫ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ।

ଅପରାହ୍ନ ୨ଟାରେ ଶୁଣାଣି ଆରମ୍ଭ ହେବ । ସୂଚନା ଅଧିକାର ପରିସରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ରହିବା ସଂକ୍ରାନ୍ତରେ ଦିଲ୍ଲୀ ହାଇକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ୨୦୧୦ରେ ସୁପ୍ରିମକୋର୍ଟର ମହାସଚିବ ଏବଂ ଏହାର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀଙ୍କ ଦ୍ୱାରା ହୋଇଥିବା ଆବେଦନ ଉପରେ ଶୁଣାଣି କରି ଗତ ଏପ୍ରିଲ ୪ ଏହାର ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇବ ।

୨୦୧୦ରେ ଦିଲ୍ଲୀ ହାଇକୋର୍ଟ ଐତିହାସିକ ରାୟ ଦେଇ କହିଥିଲେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ପରିସରକୁ ଆସୁଛି । ନ୍ୟାୟପାଳିକାର ସ୍ୱାଧୀନତା କେବଳ ବିଚାରପତିଙ୍କ ଅଧିକାର ମଧ୍ୟରେ ସୀମିତ ନୁହଁ । ଏ ଦିଗରେ ବହୁ ଗୁରୁ ଦାୟିତ୍ୱ ସଂପାଦନ କରିବାକୁ ପଡିବ । ୨୦୧୦ ମସିହାରେ ଏହି ୮୮ ପୃଷ୍ଠାର ରାୟ ଦେଶରେ ନ୍ୟାୟିକ ବ୍ୟବସ୍ଥାରେ ଝଡ ସୃଷ୍ଟି କରିଥିଲା । ଆସନ୍ତା ୧୭ରେ ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗଇ । ତା ଆଗରୁ ଦେଶବାସୀଙ୍କ ପାଇଁ ଆସିବ ୪ଟି ବଡ ରାୟ ।

   Related Posts