ରଞ୍ଜିତ ହତ୍ୟା ମାମଲା: ଡେରାମୁଖୀଙ୍କ ସମେତ ପାଞ୍ଚ ଦୋଷୀଙ୍କ ଦଣ୍ଡବିଧାନର ହୋଇପାରେ ନିଷ୍ପତ୍ତି, ପଞ୍ଚକୁଲାରେ ୧୪୪ ଧାରା

Published By : Prameya-News7 Bureau | October 18, 2021 IST

ନୂଆଦିଲ୍ଲୀ ୧୮/୧୦: ପ୍ରସିଦ୍ଧ ରଣଜିତ ସିଂ ହତ୍ୟା ମାମଲାରେ ୧୯ ବର୍ଷ ପରେ ସୋମବାର ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ଗୁରୁମିତ ରାମ ରହୀମ ସିଂଙ୍କ ସମେତ ପାଞ୍ଚ ଅଭିଯୁକ୍ତଙ୍କୁ ଦଣ୍ଡିତ କରିପାରନ୍ତି । ସୁରକ୍ଷା ଦୃଷ୍ଟିରୁ ଡିସିପି ସହରରେ 144 ଧାରା ଜାରି କରାଯାଇଛି । କୌଣସି ପ୍ରକାରର ଅସ୍ତ୍ର ବ୍ୟବହାର ଉପରେ ବି ନିଷେଧାଦେଶ ଜାରି କରାଯାଇଛି ।

ସହରରେ ସମୁଦାୟ ୧୭ ଟି ସ୍ଥାନରେ ନାକାବନ୍ଦୀ କରାଯିବ । ଏଥିପାଇଁ ନିୟୋଜିତ ରହିବେ ୭୦୦ଜଣ ଯବାନ । ସିବିଆଇ କୋର୍ଟ କମ୍ପ୍ଲେକ୍ସରେ ଏବଂ ଚାରିଟି ପ୍ରବେଶ ପଥରେ ITBP ର ଚାରୋଟି କଣ୍ଟିଜେଣ୍ଟ୍ ନିୟୋଜିତ ରହିବେ । ରଣଜିତ ସିଂ ହତ୍ୟା ମାମଲାର ମୁଖ୍ୟ ଦୋଷୀ ଡେରାମୁଖୀ ଗୁରୁମିତ ରାମ ରହୀମ ଭିଡିଓ କନଫରେନ୍ସିଂ ଜରିଆରେ ସିବିଆଇ କୋର୍ଟରେ ହାଜର ହେବାକୁ ଥିବାବେଳେ ପୋଲିସ ଅନ୍ୟ ଚାରିଜଣ ଦୋଷୀ କୃଷ୍ଣ କୁମାର, ଅବତାର, ଜସଭୀର ଏବଂ ସାବଦିଲଙ୍କୁ କଡା ସୁରକ୍ଷା ଅଧୀନରେ କୋର୍ଟରେ ହାଜର କରିବ ।

ଅକ୍ଟୋବର ୧୨ରେ ଏନେଇ ଶୁଣାଣି କରାଯିବାର ଥିଲା । କିନ୍ତୁ ଦୋଷୀ ଧର୍ମେନ୍ଦ୍ର ଗୁରୁମିତ ରାମ ରହୀମ ସିଂଙ୍କ ନାମରେ ହିନ୍ଦୀ ଭାଷାରେ ଏକ ଆଠ ପୃଷ୍ଠାର ଆବେଦନ ଲେଖାଯାଇଥିଲା । ଏଥିରେ ସେ ତାଙ୍କର ଅସୁସ୍ଥତା ଏବଂ ସାମାଜିକ କାର୍ଯ୍ୟରେ ଆବେଦନ ନେଇ ଉଲ୍ଲେଖ କରିଥିଲେ । ଯୁକ୍ତି ଶୁଣିବା ପରେ କୋର୍ଟ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଏହି ରାୟ ସଂରକ୍ଷିତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.