Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦି, ଶାହା ଓ ରାହୁଲଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ, ଆଜି ନିଷ୍ପତ୍ତି ନେବେ ଇସି

30/04/2019 at 9:53 AM

ନୂଆଦିଲ୍ଲୀ ୩୦|୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ ହୋଇଛି । ଆଜି ଏ ନେଇ ନିର୍ବାଚନ କମିଶନ ଶୁଣାଣି କରିବେ ।

ସୂଚନା ଅନୁସାରେ ଗତ ଅପ୍ରେଲ ୧ ତାରିଖରେ ୱାର୍ଧାରେ ମୋଦି ଦେଇଥିବା ଭାଷଣ ବିରୋଧରେ କଂଗ୍ରେସ କରିଥିଲା ଅଭିଯୋଗ । ସେହିପରି ଲାଟୁରରେ ପ୍ରଥମ ଭୋଟର ସେମାନଙ୍କ ଭୋଟ୍ ପୁଲୱାମା ସହିଦଙ୍କ ସମର୍ଥନରେ ଦେବାକୁ ମୋଦି କରିଥିବା ଅପିଲ୍ ନେଇ ମଧ୍ୟ ନିର୍ବଚନ କମିଶନ ଶୁଣାଣି କରିବା ନେଇ ସୂଚନା ଦେଇଛନ୍ତି । ଘଟଣା ଘଟିବାର ପ୍ରାୟ ୪ ସପ୍ତାହ ପରେ ନିର୍ବାଚନ କମିଶନ ଏହାର ବିଚାର କରୁଛନ୍ତି । ସେହିପରି ଗତ ୧୩ ଅପ୍ରେଲରେ ତାମିଲନାଡୁରେ ସାବରିମାଳା ବିବାଦକୁ ନେଇ ମୋଦି, ବାମଦଳ, କଂଗ୍ରେସ ଓ ମୁସଲିମ୍ ଲିଗ୍ ଉପରେ ଦେଇଥିବା ବୟାନକୁ ବିଚାର ପରିସରକୁ ଆଣିପାରନ୍ତି ନିର୍ବାଚନ କମିଶନ ।

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଛି ୧୧ଟି ଆଚରଣ ବିଧି ଉଲଂଘନ ଅଭିଯୋଗ । ରାହୁଲଙ୍କ ଚୌକିଦାର ମନ୍ତବ୍ୟ ନେଇ ବିଚାର କରିବେ ନିର୍ବାଚନ କମିଶନ । ସେହିପରି ପଶ୍ଚିମବଙ୍ଗରେ ମୋଦିଙ୍କ ବାୟୁସେନା ଉପରେ ଅମିତ ଶାହାଙ୍କ ଭାଷଣରେ ଆଚରଣ ବିଧି ଉଲଂଘନ ଅଭିଯୋଗର ମଧ୍ୟ ଆଜି ଶୁଣାଣି କରିବେ ନିର୍ବାଚନ କମିଶନ ।

   Related Posts