ସ୍କୁଲ ଖୋଲିବା ଲାଗି ନିଷ୍ପତ୍ତି ହୋଇପାରେ ବିପଦଜନକ, ସତର୍କ କଲେ WHO ଓ UNICEF

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୩।୮:  କରୋନା ଭାଇରସ ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଦେଶରେ ବିଦ୍ୟାଳୟ ବନ୍ଦ ରହିଛି। ତେବେ ସ୍କୁଲ ଖୋଲିବା ଲାଗି ଗାଇଡଲାଇନ ଜାରି ନିମନ୍ତେ ଘରୋଇ ବିଦ୍ୟାଳୟମାନଙ୍କ ଦାବି ବଢି ବଢି ଚାଲିଥିବା ବେଳେ ସରକାର ଅଗଷ୍ଟ ୧୫ ତାରିଖ ପରେ ସ୍କୁଲ ଖୋଲିବା ନେଇ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ଏଥିରେ ୧୦ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବଡ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ ହେବ ବୋଲି ଆକଳନ କରାଯାଉଛି।

{"id":314561,"sizeSlug":"large"}

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏବଂ ୟୁନିସେଫଙ୍କ ରିପୋର୍ଟ ଏଥିରେ ବାଧା ହୋଇପାରେ ବୋଲି ଏବେ ଆଶଙ୍କା କରାଗଲାଣି। ଯଦି ସରକାର ସ୍କୁଲ ଖୋଲିବା ଲାଗି ନିଷ୍ପତ୍ତି ନିଅନ୍ତି ତେବେ କୋଭିଡ ଅନିୟନ୍ତ୍ରିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଦୁଇ ଅନ୍ତର୍ଜାତୀୟ ସଙ୍ଗଠନଙ୍କ ରିପୋର୍ଟ ଅନୁସାରେ ଦେଶର ପ୍ରତି ୩ଟି ସ୍କୁଲରେ ଗୋଟିଏ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା କରିପାରିଛନ୍ତି। ଏଣୁ ବାରମ୍ବାର ହାତ ଧୋଇବା ଲାଗି ପର୍ଯ୍ୟାପ୍ତ ପାଣି ଅଭାବରୁ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି।

{"id":314562,"sizeSlug":"large"}

ଡବ୍ଲୁଏଚଓ ଏବଂ ୟୁନିସେଫଙ୍କ ରିପୋର୍ଟରେ ଭାରତୀୟଙ୍କ ମଧ୍ୟରେ ହ୍ୟାଣ୍ଡୱାସ୍‌ ସଚେତନତା ଢେର ବଢିଛି। ହେଲେ ଅଧିକାଂଶ ସ୍କୁଲରେ ସବୁନର ବ୍ୟବସ୍ଥା ନଥିବା ନେଇ ସୂଚିତ କରିଛନ୍ତି। ସେହିପରି ଦେଶର ଅଧିକାଂଶ ସ୍କୁଲରେ ଶୌଚାଳୟ ନଥିବା ନେଇ ମଧ୍ୟ ସୂଚିତ କରିଛନ୍ତି। ଯେଉଁଠି ବି ଅଛି ସେ ସବୁର ନିୟମିତ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ଅଧିକାଂଶ ଶୌଚଳାୟ ବ୍ୟବହାର ଉପଯୋଗୀ ନୁହେଁ ଅଥବା ପରିତ୍ୟକ୍ତ ବୋଲି ସତର୍କ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.