Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ବଢିବ ଶୀତ

ଭୁବନେଶ୍ୱର ୦୨।୧୨ –   ଡିସେମ୍ବର ମାସ ହେଲାଣି, କିନ୍ତୁ ଶୀତର ଦେଖା ନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ  ସ୍ବାଭାବିକ ଠାରୁ ଅଧିକ ରହୁଛି ତାପମାତ୍ରା । ଗତବର୍ଷ ଭଳି ଏବର୍ଷ ଆଉ ହାଡ ଭଙ୍ଗା ଜାଡ ହେବନି ବୋଲି ଚର୍ଚ୍ଚା ହେଉଥିବା ବେଳେ , ପାଣିପାଗ ବିଭାଗ କିନ୍ତୁ କହିଛି ଡିସେମ୍ବର ଦ୍ବିତୀୟ ସପ୍ତାହରୁ ବଢିବ ଶୀତ ।

ଗତବର୍ଷ ଏତେ ବେଳକୁ ଦେହ ହାତ କାଲୁଆ ମାରିଯାଉଥିଲା । ହାଡ ଭଙ୍ଗା ଜାଡରେ ଘରୁ ବାହାରିବା ମୁସ୍କିଲ ହେଇପଡୁଥିଲା । କିନ୍ତୁ ଏ ବର୍ଷ ସ୍ଥିତି ପୁରା ଓଲଟା । ନା ଦେହ ହାତ କାଲୁଆ ମାରୁଛି ନା ହାଡ ଭଙ୍ଗା ଜାଡ ହେଉଛି । ରାଜ୍ୟରେ ଏବେ ସ୍ବାଭାବିକ ଠାରୁ ଅଧିକ ରହୁଛି ତାପମାତ୍ରା । ଆଉ ଆଗକୁ ଶୀତ ହେବନି ବୋଲି ଲୋକେ କହୁଥିବା ବେଳେ , ପାଣିପାଗ ବିଭାଗ କହିଛି ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଶୀତ ବଢିବ ।

ସାଧାରଣତଃ ନଭେମ୍ବର ଶେଷ ସପ୍ତାହ ବେଳକୁ ଉତ୍ତର-ପୂର୍ବ ଦିଗ ଅର୍ଥାତ ହିମାଳୟରୁ ଥଣ୍ଡା ପବନ ବହିବା ଆରମ୍ଭ କରିଥାଏ । କିନ୍ତୁ ଏବେ ଉତ୍ତରା ପବନ ରାଜ୍ୟରେ ପହଞ୍ଚିପାରୁନାହିଁ । ଆଉ ସେପଟେ ଆରବସାଗରରୁ ପଶ୍ଚିମା ପବନ ବହିବା ଜାରି ରହିଛି , ଯୋଉଥିପାଇଁ ରାଜ୍ୟରେ ତାପମାତ୍ରା ସ୍ବାଭାବିକ ଠାରୁ ୨ଡିଗ୍ରୀ ଉପରେ ରହୁଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢିଚାଲିଥିବାବେଳେ, ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ପାଗରେ ଏଭଳି ପ୍ରଭାବ ପଡୁଥିବା କୁହାଯାଉଛି ।

103 Views

   ସମ୍ବନ୍ଧିତ ଖବର