କରୋନା ପାଇଁ ଡିସେମ୍ୱର ମାସ ଗାଇଡ୍‌ଲାଇନ୍‌ ଜାରି କଲେ ସରକାର, ହୋଇପାରିବନି ଜିରୋ ନାଇଟ୍‌ ସେଲିବ୍ରେଶନ୍‌

Published By : Prameya-News7 Bureau | November 30, 2021 IST

ଭୁବନେଶ୍ୱର,୩୦/୧୧: କରୋନା ପାଇଁ ଡିସେମ୍ୱର ମାସ ଗାଇଡ୍‌ଲାଇନ୍‌ ସରକାର ଜାରି କରିଛନ୍ତି । ଚଳିତ ମାସ ବର୍ଷର ଶେଷ ମାସ ହୋଇଥିବାରୁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପ୍ରତି ବର୍ଷ ନୂଆବର୍ଷ ପାଇଁ ସେଲିବ୍ରେସନ୍‌ କରାଯାଉଥିବା ଜିରୋ ନାଇଟ୍‌କୁ ସରକାର ମନା କରିଦେଇଛନ୍ତି । ଅର୍ଥାତ ଡିସେମ୍ୱର ୩୧ ତାରିଖ ଏବଂ ୨୦୨୨ ଜାନୁଆରୀ ପହିଲାରେ ଲୋକେ ଏକତ୍ରିତ ହୋଇପାରିବେ ନାହିଁ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।

ପୂର୍ବପରି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ । ନୂଆବର୍ଷରେ ହୋଟେଲ୍‌, ରେଷ୍ଟୁରାଣ୍ଟ ଏବଂ ପାର୍କ ଆଦିରେ ସେଲିବ୍ରେସନ୍‌ କରିବାକୁ ବାରଣ କରାଯାଇଛି । ଏଥିସହିତ ଡିସେମ୍ୱର ମାସ ଗାଇଡ୍‌ଲାଇନ୍‌ ଜାନୁଆରୀ ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.