୨୦୨୨ ପୂର୍ବରୁ ଚମକିବ ଏହି ୪ ରାଶିର ଭାଗ୍ୟ: ଡିସେମ୍ବର ଆଣିବ ଶୁଭ ପରିଣାମ

Published By : Prameya-News7 Bureau | December 05, 2021 IST

ଭୁବନେଶ୍ୱର ୦୫/୧୨ : ଡିସେମ୍ବର ମାସରେ କିଛି ଗ୍ରହମାନଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଡିସେମ୍ବର ୫ ତାରିଖରୁ ମଙ୍ଗଳ ଗ୍ରହ ବିଛା ରାଶିରେ ପ୍ରବେଶ କରିଛନ୍ତି। ୮ ତାରିଖରୁ ଶୁକ୍ର ମକର ରାଶିରେ ପ୍ରବେଶ କରିବେ। ୧୦ ତାରିଖରେ ବୁଧ ଧନୁ ରାଶିରେ ପ୍ରବେଶ କରିବେ ଏବଂ ୧୬ରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ। ଗ୍ରହ-ନକ୍ଷତ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ। ଡିସେମ୍ବର ମାସ କେଉଁ ରାଶିମାନଙ୍କ ପାଇଁ ଶୁଭ ପରିଣାମ ଆଣିବ ଜାଣନ୍ତୁ।

ମେଷ - ମାସ ଆରମ୍ଭରୁ ଆତ୍ମବିଶ୍ୱାସ ଭରପୁର ରହିବ, କିନ୍ତୁ ୫ ତାରିଖରୁ ମାନସିକ ସମସ୍ୟା ବଢିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ୧୦ ତାରିଖରୁ ବ୍ୟବସାୟ ସ୍ଥିତି ସୁଧୁରିବ। ଅଧିକ ପରିଶ୍ରମ କରିବାକୁ ପଡିବ। ବାହନ ସୁଖ ମିଳିବ। ୧୫ ତାରିଖ ପରେ ସନ୍ତାନ ତରଫରୁ ସୁଖ ସମାଚାର ମିଳିପାରେ। ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ସୁଧୁରିବ।

କର୍କଟ - ୫ ତାରିଖରୁ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ସୁଧୁରିବ କିନ୍ତୁ ମନ ଅଶାନ୍ତ ରହିବ। ୧୦ରୁ ବ୍ୟବସାୟ ପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ। ସମସ୍ୟା ସାମ୍ନା କରିବାକୁ ପଡିପାରେ। କିନ୍ତୁ ମା'ଙ୍କ ସ୍ୱାସ୍ଥ୍ୟ ସୁଧୁରିବ। ପରିବାରରେ ସୁଖ ଶାନ୍ତି ରହିବ। ବାହନ ସୁଖ ବୃଦ୍ଧି ହୋଇପାରେ। ବସ୍ତ୍ର ଆଦି ପ୍ରତି ରୁଚି ବଢିପାରେ। ଆୟ ସ୍ଥିତି ମଧ୍ୟ ସୁଧୁରିବ।

ସିଂହ - ମାସ ଆରମ୍ଭରେ ବାଣୀରେ ମଧୁରତା ରହିବ। ଆତ୍ମବିଶ୍ୱାସ ବଢିବା। ମା'ଙ୍କ ସ୍ୱାସ୍ଥ୍ୟବସ୍ତା ସୁଧୁରିବ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଅନ୍ତୁ। ଭବନ ସୁଖ ପ୍ରାପ୍ତି ହୋଇପାରେ। ଚାକିରୀରେ ପଦୋନ୍ନତି ମାର୍ଗ ପ୍ରଶସ୍ତ ହେବ। ୧୫ ରୁ ଧାର୍ଯ୍ୟହରା ହୋଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

କୁମ୍ଭ - ୫ ତାରିଖରୁ ଚାକିରୀରେ ଅଧିକାରୀଙ୍କ ସହଯୋଗ ମିଳିବ। ଧର୍ଯ୍ୟହରା ହୋଇପାରନ୍ତି। ୧୦ରୁ ମା'ଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଅନ୍ତୁ। ବାହନର ଯତ୍ନ ପାଇଁ ଖର୍ଚ୍ଚ ବଢିପାରେ। ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ପରିଣାମ ମିଳିବ। ବ୍ୟବସାୟରେ ଲାଭ ମିଳିବ। ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ବସ୍ତ୍ରରେ ଖର୍ଚ୍ଚ ବଢିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.