୪ଟି ରାଶି ପାଇଁ ଶୁଭ ଡିସେମ୍ବର ମାସ, ଜାଣନ୍ତୁ କିଏ ହେବାକୁ ଯାଉଛନ୍ତି ମାଲାମାଲ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨ : କରୋନା ମହାମାରୀ ମଧ୍ୟରେ ବର୍ଷ ୨୦୨୦ ଶେଷ ହେବା ପାଇ
 ଆଉ ମାତ୍ର ଗୋଟିଏ ମାସ ବାକି ଅଛି । ତେବେ ଅନେକ ରାଶି ପାଇଁ ଡିସେମ୍ବର ମାସ ବହୁତ ଖାସ ହେବାକୁ ଯାଉଛି । ଜ୍ୟୋତିଷମାନଙ୍କ କହିବା ମୁତାବକ ୪ଟି ରାଶିର ଲୋକମାନଙ୍କ ପାଇଁ ଏହି ମାସ ବହୁତ ଖାସ । କର୍କଟ, ସିଂହ, ମକର ଏବଂ ମୀନ ରାଶିର ଲୋକମାନଙ୍କୁ ଏହି ମାସରେ ବିଭିନ୍ନ କ୍ଷେତ୍ରରେ ସଫଳାତା ମିଳିବା ସହିତ ଆର୍ଥୀକ କ୍ଷେତ୍ରରେ ସ୍ବଚ୍ଛଳ ହେବେ । ତେବେ କିଛି ରାଶିର ଲୋକମାନେ ଏହି ମାସରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ମେଷ-ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି । ଭଲ ଦରମାରେ ନୂଆ ଚାକିରି ପାଇପାରନ୍ତି । ଜରୁରୀ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ ।

ବୃଷ-ଏହି ମାସରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଜରୁରୀ ନଥିବା ଜିନିଷରେ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରିପାରନ୍ତି । ଆପରଙ୍କ ବନ୍ଧୁ ଆର୍ଥିକ ସହାୟତା ମାଗିପାରନ୍ତି । ପିଲାମାନଙ୍କ ପାଠପଢା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ ।

ମିଥୁନ-ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ଏହି ମାସ ଭଲ ନାହିଁ । ଘରର କିଛି କାର୍ଯ୍ୟକ୍ରମରେ ଆପଣଙ୍କର ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । ରେଜାଗାର କମିବ । ମୂଲ୍ୟବାନ ସାମଗ୍ରୀ ହରାଇ ପାରନ୍ତି ।

କର୍କଟ-ଆର୍ଥିକ ଅବସ୍ଥା ପାଇଁ ଆପଣଙ୍କୁ ଅଧିକ ଚିନ୍ତା କରିବାକୁ ପଡିବନାହିଁ । କାରଣ ଏହି ମାସରେ ଗ୍ରହ ନକ୍ଷତ୍ର ଆପଣଙ୍କ ସାଥ ଦେବେ । ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ହେବେ । ବ୍ୟବସାୟୀମାନଙ୍କ ପାଇଁ ଏହି ମାସରେ ଆଶାନୁରୂପ ଫଳ ମିଳିପାରେ । ପାଇବାକୁ ଥିବା ଅର୍ଥ ମିଳିପାରେ ।

ସିଂହ- ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବେ । ଏହି ମାସରେ ଦୈନିକ ଖର୍ଚ୍ଚ କମିବ । ଅଧିକ ଆୟ କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସନ୍ତୁଷ୍ଟି ମିଳିବ । କୌଣସି ବନ୍ଧୁ କିମ୍ବା ପରିଜନଙ୍କୁ ଆର୍ଥିକ ସହାୟତା କରିପାରନ୍ତି ।

କନ୍ୟା-ଆର୍ଥିକ ଅବସ୍ଥାକୁ ନେଇ ଚିନ୍ତାରେ ପଡିପାରନ୍ତି । ଭାଇ, ଭଉଣୀଙ୍କ ସହିତ ସମ୍ପତ୍ତିକୁ ନେଇ କିଛି ଝଗଡା ହୋଇପାରେ । ଜୀବନସାଥିଙ୍କ ଚାକିରି କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଯାଇପାରେ ।

ତୁଳା-ଏହି ମାସରେ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆର୍ଥିକ କ୍ଷେତ୍ର ସ୍ବଭାବିକ ରହିବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଆପଣଙ୍କ ପାର୍ଟନର ଆର୍ଥିକ ସହଯୋଗ କରିବେ । ଅଧିକ ଅର୍ଥରେ ସମ୍ପତ୍ତି କିଣିପାରନ୍ତି । ସେଥିପାଇଁ ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ମାର ଶେଷ ଭାଗରେ ଅଧିକ ଖର୍ଚ୍ଚାନ୍ତ ହେବେ ।

ବିଛା-ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସାବଧାନ ହେବାକୁ ପଡିବ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଏଥିପାଇଁ ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଯିବ । ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ଧନୁ-ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ସମୟ ଭଲ ନାହିଁ । ଅର୍ଥ ପାଇଁ ସମସ୍ୟା ଦେଖାଯିବ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ଛାତ୍ରବୃତ୍ତି ପାଇପାରନ୍ତି । ଅଚାନକ ସ୍ବାସ୍ଥ୍ୟ ବିଗିଡିବା କାରଣରୁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଲୋନ ପାଇଁ ଆବେଦନ କରୁଥିବା ଲୋକେ ଆସନ୍ତା ବର୍ଷ ଜୁଲାଇ ମାସରେ ପାଇପାରନ୍ତି ।

ମକର-ଆର୍ଥିକ କ୍ଷେତ୍ରରେ ମଜଭୁତ ହେବା ପାଇଁ ଆପଣ ଅନେକଚେଷ୍ଟା କରିଛନ୍ତି । ତେବେ ଏହି ମାସରେ ଆପଣଙ୍କୁ ଚେଷ୍ଟାର ଫଳ ମିଳିବ । ଧନପ୍ରାପ୍ତିର ଯୋଗ ଅଛି । ଖର୍ଚ୍ଚ ମଧ୍ୟ ବଢିପାରେ । କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିଥିଲେ ଆପଣଙ୍କୁ ତାହାର ଲାଭ ମିଳିବ ।

କୁମ୍ଭ-ପରିବାର ଲୋକଙ୍କ ନିକଟରୁ ଆପଣଙ୍କୁ ଆର୍ଥିକ ସହାୟତା ମିଳିବ । କୌଣସି କ୍ଷେତ୍ରରେ ନିବେଶ କରିଲେ କିମ୍ବା ଉଧାର ଆଣିଲେ କ୍ଷତି ସହିପାରନ୍ତି । ଅର୍ଥ ନିବେଶ କରିବାକୁ ଥିଲେ କୌଣସି ଅନୁଭବି ଲୋକଙ୍କ ସହଯୋଗ ନିଅନ୍ତୁ ।

ମୀନ-ଏହି ମାସରେ ଆପଣ ଅର୍ଥ ସଞ୍ଚୟ କରିପାରନ୍ତି । ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିଛନ୍ତି ତେବେ ଏହାର ଫାଇଦା ଆପଣଙ୍କୁ ମିଳିବ । କୌଣସି ସରକାରୀ ଖାତାରେ ଅର୍ଥ ପଡି ରହିଥିଲେ, ତାହା ଆପଣଙ୍କୁ ମିଳିପାରେ । ଯଦି କିଛି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ପିତାଙ୍କ ଠାରୁ ଆର୍ଥିକ ସହାୟତା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.