ବିଶ୍ୱ ଏଡ୍ସ ଦିବସ: ଚଳିତ ବର୍ଷ ଥିମ ରହିଛି ଅସମାନତା ସମାପ୍ତ କର, ଏଡସ ହଟାଅ

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧/୧୨: ପ୍ରତି ବର୍ଷ ଡିସେମ୍ବର ୧ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୁଏ ଏଡ୍ସ ଦିବସ । ଏଚ୍‌ଆଇଭି ସଂକ୍ରମଣର ଶିକାର ବ୍ୟକ୍ତି ଏବଂ ଏଡ୍ସ ଯୋଗୁ ଜୀବନ ହରାଇଥିବା ଲୋକଙ୍କୁ ସମର୍ଥନ କରିବା ଏହି ଦିବସର ଉଦ୍ଦେଶ୍ୟ । ଚଳିତ ବର୍ଷ ବିଶ୍ୱ ଏଡ୍ସ ଦିବସର ବିଷୟ ରହିଛି ‘ଅସମାନତା ସମାପ୍ତ କର । ଏଡ୍ସ ସମାପ୍ତ କର’ ।

ଆବଶ୍ୟକ ଏଚ୍‌ଆଇଭି ସେବା ପାଇବାରେ ପଛରେ ରହିଯାଉଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ମାର୍ଗରେ ବଢ଼ିଚାଲିଥିବା ଅସମାନତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ତା’ର ସହଭାଗୀମାନେ ଲୋକଲୋଚନକୁ ଆଣୁଛନ୍ତି । ୧୯୮୮ ମସିହାରେ ପ୍ରଥମେ ଏହି ଦିବସ ଆରମ୍ଭ ହୋଇଥିଲା ।

ବିଶ୍ୱବାସୀଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଏହା ପ୍ରଥମ ଅନ୍ତର୍ଜାତୀୟ ଦିବସ ମଧ୍ୟ ଥିଲା । ଆକ୍ୱାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍‌ (ଏଡ୍ସ) ଏକ ରୋଗ ଯାହା ହ୍ୟୁମାନ୍‌ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍‌ (ଏଚ୍‌ଆଇଭି) ଯୋଗୁ ହୋଇଥାଏ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଯାଏ । ଏହା ଫଳରେ ରୋଗ ସହ ଲଢ଼ିବାରେ ଶରୀରର କ୍ଷମତା ହ୍ରାସ ପାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.