୮ ନଭେମ୍ବର ସବୁଠୁ ଖାସ, ଏହି ଦିନରୁ ଆରମ୍ଭ ହେବ ସମସ୍ତ ଶୁଭ କାର୍ଯ୍ୟ, ଏପରି ବିଧିବିଧାନରେ କରନ୍ତୁ ପୂଜା

Published By : Prameya-News7 Bureau | November 06, 2019 IST

ଦୀର୍ଘ ୪ ମାସ ପରେ ନଭେମ୍ବର ୮ ତାରିଖ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଭଗବା ବିଷ୍ଣୁ ଯୋଗନିଦ୍ରାରୁ ଜାଗ୍ରତ ହେବେ। ଏଣୁ ଏହି ଏକାଦଶୀକୁ ଦେବୋତ୍ଥନୀ ଏକାଦଶୀ ମଧ୍ୟ କୁହାଯାଏ। ଏହି ଦିନ ଶ୍ରୀବିଷ୍ଣୁଙ୍କର ବିଧିବିଧାନରେ ପୂଜାର୍ଚ୍ଚନା କରିବା ବିଧେୟ।  ଭାରତୀୟ ଶାସ୍ତ୍ରମତରେ ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀରୁ ଯୋଗନିଦ୍ରାରେ ରହନ୍ତି। ଏଣୁ ଏହି ଦିନରୁ ସମସ୍ତ ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ। ତେବେ ଦେବୋତ୍ଥାନ ଏକାଦଶୀ ସହ ପୁଣି ବିବାହ, ଗୃହପ୍ରବେଶ ଆଦି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବା ସହ ଲୋକେ ଏକାଦଶୀରେ ଉପବାସ ବ୍ରତ ମଧ୍ୟ ପାଳନ କରନ୍ତି।

{"id":180017}

ଏହି ଏକାଦଶୀକୁ ଦେଶର ଅନେକ ସ୍ଥାନରେ ହରି ପ୍ରବୋଧିନୀ ଏକାଦଶୀ ମଧ୍ୟ କୁହାଯାଏ। ଏଥିଲାଗି ବିଶେଷ ପୂଜା ଆୟୋଜନ ମଧ୍ୟ ହୋଇଥାଏ। ପୁରାଣ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଓ ଶଙ୍ଖାଶୁର ମଧ୍ୟରେ ଦୀର୍ଘ ସମୟ ଧରି ଯୁଦ୍ଧ ଲାଗିଥିଲା। ତେବେ ଅଶୁରକୁ ବଦ୍ଧ କରିବା ବେଳକୁ ଭଗବାନ ବିଷ୍ଣୁ ଅତ୍ୟାଧିକ କ୍ଳାନ୍ତ ହୋଇପଡିଥିଲେ। ଏଣୁ କ୍ଷୀର ସାଗରରେ ବିଶ୍ରାମ କରିଥିଲେ। ଭଗବାନଙ୍କ କ୍ଲାନ୍ତି ଦୂର ହେବା ପରେ ସେ ନିଦ୍ରାରୁ ଜାଗ୍ରତ ହୋଇଥିଲେ। ସେ ଯେଉଁ ଦିନ ଜାଗ୍ରତ ହୋଇଥିଲେ ସେହି ଦିନଟି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଥିଲା। ଏଣୁ ଅନ୍ୟ ଏକାଦଶୀ ଅପେକ୍ଷା ଭକ୍ତଙ୍କ ଲାଗି ଏହି ଏକାଦଶୀର ମହତ୍ୱ ଅନେକଗୁଣା ଅଧିକ।

{"id":180018}

ଏହି ଏକାଦଶୀ ବାଳକଙ୍କ ଠାରୁ ବୃଦ୍ଧ ସମସ୍ତେ ପାଳନ କରିପାରିବେ। ତେବେ ରୋଗୀ ଓ ବୃଦ୍ଧ ଗୋଟିଏ ସମୟ ଉପବାସ କଲେ ବି ଚଳିବ। ଏହି ଦିନରେ ବିଷ୍ଣୁଙ୍କ ଠାରେ ମନ ତଲ୍ଲିନ ରଖି ।। ଓଁ ନମଃ ଭଗବତେ ବାସୁଦେବାୟ ।।   ଜପ ବି କରାଯାଇପାରେ। ଯେଉଁମାନଙ୍କର ଜାତକରେ ଚନ୍ଦ୍ରମା ଦୁର୍ବଳ ସେମାନେ ଏହି ଏକାଦଶୀ ବ୍ରତ କଲେ ସମସ୍ୟାରୁ ମୁକ୍ତ ହୋଇଥାନ୍ତି। ଜଳ ଓ ଫଳାହାରରେ ଏହି ବ୍ରତ କରାଯାଇପାରେ ନଚେତ ନିର୍ଜଳା ଉପବାସ କଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଏଣୁ ଏହି ଏକାଦଶୀ ପାଳନ ଲାଗି ଆଗ୍ରହୀ ଲୋକେ ସେଦିନ ପ୍ରତ୍ୟୁଷରୁ ସଜ୍ଜା ତ୍ୟାଗ ପୂର୍ବକ ସ୍ନାନ ସୌଚାଦି ନିବୃତ୍ତ ହୋଇ ଭଗବାନ ବିଷ୍ଣୁଙ୍କ ସହ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ବିଧିବତ୍ ପୂଜାର୍ଚ୍ଚନା କରିବା ବିଧେୟ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.