ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ଼ ମାଧ୍ୟମରେ ୧୦ହଜାର ଟଙ୍କାର ନେଣଦେଣ ଏବେ ହେବ ମାଗଣା : ଜାଣନ୍ତୁ କିପରି ?

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ ୨/୯: ଭାରତରେ ପାଖାପାଖି ପ୍ରାୟ ସମସ୍ତେ ଡେବିଟ୍ କାର୍ଡ଼ ଏବଂ କ୍ରେଡିଟ୍ କାର୍ଡ଼ ବ୍ୟବହାର କରିଥାଆନ୍ତି। ଏବେ ଏହି ବ୍ୟବହାରକାରୀଙ୍କ ଚିନ୍ତାମୁକ୍ତି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ। ଖୁବ୍ ଶୀଘ୍ର ଡେବିଟ୍ କାର୍ଡ଼ ଏବଂ କ୍ରେଡିଟ୍ କାର୍ଡ଼ ମାଧ୍ୟମରେ ୧୦ହଜାର ଟଙ୍କାର କିଣାକିଣି କଲେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଡିଜିଟାଲ ନେଣଦେଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

{"id":152312}

ପ୍ରକୃତରେ ମଧ୍ୟ ପ୍ରଦେଶରେ କାମ କରୁଥିବା ବ୍ୟାଙ୍କ ନିଜ ବ୍ରାଞ୍ଚ ମ୍ୟାନେଜରଙ୍କଠୁ ମିଳିଥିବା ଫିଡବ୍ୟାକ୍ ଆଧାରରେ ରାଜ୍ୟସ୍ତରୀୟ କମିଟି ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏହି ସୁବିଧା ଗ୍ରାହକଙ୍କୁ ଦେବା ଲାଗି ସୁପାରିଶ କରିଥିଲା। ରାଜ୍ୟର ସରକାରୀ, ବେସରକାରୀ, ସହକାରୀ ଏବଂ ଗ୍ରାମୀଣ କ୍ଷେତ୍ରର ବ୍ୟାଙ୍କ ମ୍ୟାନେଜରଠୁ ମିଳିଥିବା ପରାମର୍ଶ ଅନୁଯାୟୀ ବ୍ୟାଙ୍କ ଏହି ସୁପାରିଶ କରିଥିଲା।

{"id":152313}

ଏବେ ପଏଣ୍ଟ ଅଫ ସେଲ୍ କିମ୍ବା କାର୍ଡ଼ ସ୍ବାଇପ୍ ମେସିନ୍ ଦୁଇ ହଜାର ଟଙ୍କାର କିଣାକିଣି କରିଲେ ଛୋଟ ଦୋକାନୀଙ୍କଠୁ ବ୍ୟାଙ୍କ ୦.୪ପ୍ରତିଶତ କିମ୍ବା ୮ଟଙ୍କା ଏମଡିଆର ନେଇଥାଏ। ସେହିପରି ବ୍ୟାଙ୍କ ବଡ଼ ଦୋକାନୀଙ୍କଠୁ ୦.୯ପ୍ରତିଶତ ଅର୍ଥାତ୍ ୧୮ଟଙ୍କା ଏମଡିଆର ନେଇଥାଏ।

{"id":152314}

କାର୍ଡ଼ ସ୍ବାଇପ୍ ମେସିନରୁ ୨୦,୦୦୦ଟଙ୍କାର କିଣାକିଣି କଲେ ଛୋଟ ଦୋକାନୀଙ୍କଠୁ ବ୍ୟାଙ୍କ ୦.୪ ପ୍ରତିଶତ କିମ୍ବା ୮୦ ଟଙ୍କାର ଏମଡିଆର ନେଇଥାଏ। ସେହିପରି ବଡ଼ ଦୋକାନୀଙ୍କଠୁ ବ୍ୟାଙ୍କ ୦.୯ପ୍ରତିଶତ ଅର୍ଥାତ୍ ୧୬୦ଟଙ୍କାର ଏମଡିଆର ନେଇଥାଏ। ୨୦ଲକ୍ଷ ଟଙ୍କାର ଟର୍ଣ୍ଣ ଓଭର ଥିବା ଦୋକାନୀ ଛୋଟ ଦୋକାନୀଙ୍କ ଶ୍ରେଣୀରେ ଆସିଥାଆନ୍ତି। ସେହିପରି ୨୦ଲକ୍ଷରୁ ଅଧିକ ଟର୍ଣ୍ଣଓଭର ଥିବା ବଡ଼ ଦୋକାନୀ ଶ୍ରେଣୀରେ ଆସିଥାଆନ୍ତି।

{"id":152317,"width":580,"height":301}

ଏମଡିଆର ଅର୍ଥ ହେଉଛି ଦୋକାନୀ ଏବଂ ବ୍ୟାଙ୍କ ମଧ୍ୟରେ ବ୍ୟାବସାୟିକ ନେଣଦେଣ। ଏହାର ଭାର ଗ୍ରାହକଙ୍କ ଉପରେ ପକାଯାଇଥାଏ। ଦୋକାନୀ ଗ୍ରାହକଙ୍କ କାର୍ଡ଼ ଜରିଆରେ ବିନିଯୋଗରେ ଲାଗୁଥିବା ଶୁଳ୍କ ଗ୍ରାହକଙ୍କଠୁ ଆଦାୟ କରିଥାଆନ୍ତି। ସେହିପରି କ୍ୟୁଆର କୋଡ ଜରିଆରେ ବିନିଯୋଗ କରୁଥିବା କମ୍ପାନୀ କ୍ୟାଶ ବ୍ୟାକ୍ ଜରିଆରେ ଏହି ଶୁଳ୍କ ଦୋକାନୀଙ୍କୁ ଫେରାଇ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.