ମୁମ୍ବାଇ ୦୪/୧୦ : ଟିଭି ଜଗତର ଲୋକପ୍ରିୟ ଦମ୍ପତି ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀଙ୍କୁ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ। ଦୁହିଁଙ୍କ ଫଟୋ ବହୁତ ଭାଇରାଲ ହୁଏ। ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଦମ୍ପତି ବରକନ୍ୟା ରୂପରେ ନଜର ଆସିଛନ୍ତି। ଦୁହେଁ ପୁଣିଥରେ ବିବାହ କରିଛନ୍ତି। ଦୁହେଁ ବଙ୍ଗାଳି ରୀତିନୀତି ଅନୁସାରେ ପୁଣିଥରେ ବିବାହ କରିଛନ୍ତି। ବିବାହ ବେଳେ ଦୁହେଁ ବଙ୍ଗାଳି ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧିଛନ୍ତି। କିଛି ସମୟ ପୂର୍ବରୁ ଗୁରମିତ ଓ ଦେବିନା ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ପରେ ପ୍ରଶଂସକଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି।
{"id":522212,"sizeSlug":"full","linkDestination":"none"}ଦେବିନା ପାରମ୍ପରିକ ବଙ୍ଗାଳି ଶାଢ଼ୀ ପିନ୍ଧିଥିବା ଫଟୋରେ ନଜର ଆସିଛନ୍ତି। ନାଲି ରଙ୍ଗ ଶାଢ଼ୀରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ପାରମ୍ପରିକ ବଙ୍ଗାଳି ଗହଣା ମଧ୍ୟ ପିନ୍ଧିଛନ୍ତି ଓ ହାଲୁକା ମେକଅପ କରିଛନ୍ତି। ଗୁରମିତ ଧୋତି ସହ କ୍ରିମ ରଙ୍ଗର କୁର୍ତା ପିନ୍ଧିଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ଗୁରମିତ ହାର୍ଟ ଇମୋଜୀ ସହ 'ଫାଇନାଲି' ଲେଖିଛନ୍ତି।
wp:html/wp:html
୨୦୦୫ରେ ଗୁରମିତ ଓ ଦେବିନାଙ୍କ ସାକ୍ଷାତ ହୋଇଥିଲା। ଦୁହେଁ ସାହାରାର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦେବିନା କୋଲକାତାରୁ ଓ ଗୁରମିତ ମୁମ୍ବାଇରୁ ଯାଇଥିଲେ। ଦୁହେଁ ପ୍ରତିଯୋଗୀ ଭାବେ ଭେଟିଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଓ ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା। ଏହାପରେ ୨୦୧୧ ଫେବୃଆରୀ ୧୫ ତାରିଖରେ ଦୁହେଁ ପରିବାର ସଦସ୍ୟଙ୍କ ଗହଣରେ ରେଜିଷ୍ଟର ମ୍ୟାରେଜ କରିଥିଲେ।
{"id":522215,"sizeSlug":"full","linkDestination":"none"}