Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଆରସିବିକୁ ବଡ ଝଟକା, ଆଇପିଏଲ ପୂର୍ବରୁ କରୋନା ପଜିଟିଭ୍ ହେଲେ ଏହି ଷ୍ଟାର ଖେଳାଳି

4/04/2021 at 10:47 AM

ଚେନ୍ନାଇ, ୦୪।୦୪:  ଆଇପିଏଲ-୨୦୨୧ ପାଇଁ ଆଉ ମାତ୍ର ୫ ଦିନ ବାକି ରହିଛି । ତେବେ ଏହା ପୂର୍ବରୁ କରୋନା ବିପଦ ବଢିବାରେ ଲାଗିଲାଣି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟର ଖେଳାଳି ଦେବଦତ୍ତ ପାଡିକଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୦ ବର୍ଷୀୟ ପାଡିକଲଙ୍କୁ ଆରସିବି ସ୍କ୍ୱାର୍ଡରୁ ଅଲଗା କରି ଦିଆଯାଇଛି । ତାଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି ।

ଶନିବାର ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଆରସିବିକୁ ବଡ ଝଟକା ଲାଗିଛି । ଫର୍ମରେ ଥିବା ଦେବଦତ୍ତ କରୋନା କବଳରେ ଆସିଛନ୍ତି । ଏହାପୂର୍ବରୁ କେକେଆରର ନୀତିଶ ରାଣା ମଧ୍ୟ ପଜିଟିଭ୍ ହୋଇଥିଲେ । ଏବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଦଳ ସହ ସାମିଲ ହୋଇଛନ୍ତି ।

ଦେବଦତ୍ତ ଚଳିତ ଥର ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ । ସେ ୭ଟି ମ୍ୟାଚରୁ ୧୪୭.୪ ଆଭରେଜରେ ୭୩୭ ରନ୍ କରିଥିଲେ । ଏଥିରେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ଥିଲା ।

ସୂଚନାଯୋଗ୍ୟ, ବିଶ୍ୱର ସବୁଠାରୁ ଦାମୀ ଟି୨୦ ଲିଗ୍ ଆଇପିଏଲ ଆସନ୍ତା ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ ।

   Related Posts