ଛୋଟ ପ୍ୟାକେଟ୍‌ ବଡ଼ ଧମକା: ୪ ବର୍ଷର ଶିଶୁର ଭାଷଣ ଭିଡିଓ ଭାଇରାଲ... ଦେଖନ୍ତୁ

Published By : Prameya-News7 Bureau | January 03, 2020 IST

ଭୁବନେଶ୍ବର୩/୧: ୪ ବର୍ଷର ଶିଶୁର ଭାଷଣ ପ୍ରସ୍ତୁତି ଭିଡ଼ିଓ ଭାଇରାଲ । ବାଲିଅନ୍ତା ବ୍ଳକ ମହୁଖଣ୍ଡା ଗ୍ରାମର ଆରିନ୍ ପ୍ରଧାନ ମହୁଖଣ୍ଡା ଅଙ୍କନୱାଡି କେନ୍ଦ୍ରରେ ପଢନ୍ତି । କିନ୍ତୁ ୨୬ ଜାନୁୟାରୀ ପାଇଁ ତାଙ୍କର ଭାଷଣ ଶୁଣିଲେ ଯେ କେହି ଚକିତ ହୋଇଯିବ ।

wp:html /wp:html

ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଲାଲ୍ ବାହାଦୂର ଶାସ୍ତ୍ରୀ, ସର୍ଦାର ବଲ୍ଲଭଭାଇ ପଟେଲ୍ ଏମିତି ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କର ବିଷୟରେ ଭାଷଣରେ କହୁଛନ୍ତି ଆରିନ୍ । ଅଙ୍ଗନୱାଡି କେନ୍ଦ୍ରର ଦିଦି ଏବଂ ଆରିନଙ୍କ ମାଉସୀ କ୍ଷୀରୋଦବାଳା ସିଂସାମନ୍ତ ଆରିନଙ୍କୁ ଭାଷଣ ଦେବାପାଇଁ ପ୍ରସ୍ତୁତ କରିଛନ୍ତି ।

{"id":206496,"sizeSlug":"large"}

ଆରିନ୍ ଙ୍କର ଏହି ଭିଡ଼ିଓଙ୍କୁ ସମସ୍ତେ ପସନ୍ଦ କରିବା ସହ ଏହି ଭିଡ଼ିଓଟି ଭାଇରାଲ୍ ହେବାରେ ଲାଗିଛି । ବିଚକ୍ଷଣ ବାକ ଶକ୍ତିର ଅଧିକାରୀ ଆରିନ ପ୍ରଧାନ । ସାଧାରଣତଃ ଛୋଟପିଲା ମାନେ କଥା କହିବାକୁ ଲାଜ ତଥା ଭୟ କରୁଥିବା ବେଳେ ଆରିନ ନିର୍ଭିକ ଭାବେ ଯେଉଁଭଳି କଥା କହୁଛନ୍ତି । ତାହା ସମସ୍ତଙ୍କୁ ବିସ୍ମିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.