ବିଭିନ୍ନ ଆକ୍ରମଣ ମାମଲାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ଗିରଫ

Published By : Prameya-News7 Bureau | September 20, 2018 IST

ଆନନ୍ଦପୁର ୧୯/୦୯: ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଚଣ୍ଡିଖୋଲରୁ ପୁଲିସ ଗିରଫ କରିଛି । ଗତକାଲି ଆନନ୍ଦପୁର ପଦନା ଛକରେ ପୁଲିସକୁ ଆକ୍ରମଣ କରିବା, ଘସିପୁରା ଠାରେ ପୈର ଉପାଧ୍ୟକ୍ଷଙ୍କ ଗାଡ଼ି ଉପରେ ଆକ୍ରମଣ ଏବଂ ସନାସେନାର ୬ ଜଣଙ୍କୁ ହଣାକଟା ଅଭିଯୋଗରେ ଆଜି ତାଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଦିନ ଏକ ଫେସବୁକ କମେଣ୍ଟକୁ ନେଇ ଘସିପୁରାରେ ତୁମୁଳକାଣ୍ଡ ଘଟିଥିଲା । ଏହାକୁ କେନ୍ଦ୍ରକରି ଅନନ୍ଦପୁର ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ବୋଲେରୋ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ତାଙ୍କର ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ । ଏହା ସହ ସନାସେନାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା । ଏଥିରେ ୬ ଜଣ ସନାସେନା ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କ ପୁଅଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଦେବାଶିଷଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଚାପ ହେଉଥିଲା । ଏଥିସହ ରାସ୍ତାରୋକ ଏବଂ ଥାନା ଘେରାଉ କରାଯାଇଥିଲା । ଗତ ଶନିବାର ଦିନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଥିଲା । ତାକୁନେଇ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ରାଜନୈତିକ ପ୍ରତିପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ଦେବାଶିଷଙ୍କୁ ଗିରଫ କରିଛି । ଫଳରେ କେନ୍ଦୁଝର ଜିଲ୍ଲାରେ ଉତ୍ତେଜନା ସୃଷ୍ଟିହେବାର ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.