କାଠଯୋଡ଼ି ଉପରୁ ଡେଇଁ ନିଖୋଜ ଦେଵବ୍ରତଙ୍କ ମୃତଦେହ ୮ ଦିନ ପରେ ଉଦ୍ଧାର

Published By : Prameya-News7 Bureau | October 16, 2019 IST


କଟକ-  କାଠଯୋଡ଼ି ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଦେଵବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର କର ଯାଇଛି। କଟକ ଗୋବିନ୍ଦପୁର ଥାନା ରାହମ୍ବା ଦେବୀ ନଦୀ କୂଳରୁ ଦେଵବ୍ରତ ଙ୍କ ମୃତ ଦେହ ଉଦ୍ଧାର କର ଯାଇଛି । କଟକ ଗ୍ରାମାଞ୍ଚଳ ଏସପି ଏହି ସୂଚନା ଦେଇଛନ୍ତି ।
ପୂର୍ବରୁ ଦେଵବ୍ରତ ଜୀବିତ ଥିବା ତାଙ୍କ ବାପା ଦାବି କରିଥିଲେ ।
ସୂଚନା ଯୋଗ୍ୟ , ଅକ୍ଟୋବର ୯ ତାରିଖରେ କଟକ କାଠଯୋଡି ପୋଲ ଉପରେ ସ୍ତ୍ରୀ ଓ ଛୋଟପୁଅ ସହ ବାଇକରେ ଆସୁଥିବା ବେଳେ ଦେବବ୍ରତ ମହାପାତ୍ର ନାମକ ଯୁବକ ହଠାତ୍‌ ପୋଲ ବାଡ ନିକଟରେ ମଟର ସାଇକେଲ୍‌କୁ ରଖି କେହି କିଛି ବୁଝିବା ପୂର୍ବରୁ ପାଣି ଭିତରକୁ ଡେଇଁ ପଡିଥିଲେ । ବର୍ଷା ପରେ ଏକାଠଯୋଡି ଗଭୀର ପାଣି ଥିବାରୁ କାଠଯୋଡିର ପାଣି ଭିତରେ ନିଖୋଜ ହୋଇଯାଇଥିଲେ ଦେବବ୍ରତ ।

ଏହା ଦେଖି ଶିକ୍ଷୟତ୍ରୀ ଥିବା ଦେବବ୍ରତଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ବି ପାଣିକୁ ଡେଇଁବାକୁ ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଲୋକମାନେ ଶୁଭଲକ୍ଷ୍ମୀଙ୍କୁ ରୋକିଥିଲେ । ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଁଚି ଅଗ୍ନିଶମ ବାହିନୀ ସହାୟତାରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା । ଦୀର୍ଘ ୮ ଦିନ ପରେ ବି କାଠଯୋଡିରୁ ଦେବବ୍ରତଙ୍କ ବିଷୟରେ କୌଣସି ସନ୍ଧାନ ମିଳି ନଥିଲା ।  ଏବେ ତାଙ୍କର ମୃତ୍ ଦେହ ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.