ଗୁଜରାଟ ସୁରଟ କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୨୦ରେ, ସେଣ୍ଟର ମ୍ୟାନେଜର ସମେତ ୩ ଗିରଫ

Published By : Prameya-News7 Bureau | May 25, 2019 IST

ସୁରତ୨୫|୫: ଗୁଜରାଟ ସୁରଟ କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି । ୧୮ ଗୁରୁତର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି । କ୍ରାଇମବ୍ରାଞ୍ଚ କୋଚିଂ ସେଣ୍ଟର ମ୍ୟାନେଜର ସମେତ ୩ଜଣଙ୍କୁ ଗିରଫ କରିଛି ।…

{"id":115918}

ଯାଇଥିଲେ କୋଚିଂ ସେଣ୍ଟର ପାଠପଢିବାକୁ । ହେଲେ ଫେରିଲା ସେମାନଙ୍କ ମୃତଦେହ । କାହାର ପୋଡି ଯାଇ ମୃତ୍ୟୁ ହେଲା ତ ଆଉ କାହାର ଛାତରୁ ପଡି ମୃତ୍ୟୁ ହେଲା । ଗୁଜରାଟ ସୁରଟ କୋଚିଂ ସେଣ୍ଟରରେ କାଲି ଘଟିଥିବା ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଦେଖନ୍ତୁ ଏହି ଫଟୋ,  ଏହାହିଁ ବୟାନ କରୁଛି ନିଆଁ ଲାଗିବା ସମୟର ଭୟାବହତା ।ଅନେକ ଛାତ୍ରଛାତ୍ରୀଙ୍କ ମତ ନିଆଁ ଲାଗିବା ପରେ ବାହାରକୁ ବାହାରିବାକୁ ସମସ୍ତ ରାସ୍ତା ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବାକୁ ୩ ମହଲା ଛାତରୁ ତଳକୁ ଡେଇଁବାକୁ ବାଧ୍ୟ ହୋଇଥିଲେ ।

{"id":115919}

କେବଳ ତଳେ ପଡି ୧୫ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ସେହିପରି ଅନ୍ୟାମାନଙ୍କର ଶ୍ବାସ ରୁଦ୍ଧ ଓ ପୋଡିଯାଇ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ସମୟରେ ୫୦ରୁ ଅଧିକ ଛାତ୍ର ଓ ଶିକ୍ଷକ ବିଲ୍ଡିଂରେ ଉପସ୍ଥିତ ଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ ମଧ୍ୟ ରହିଛନ୍ତି । ଘଟଣା ସ୍ଥଳରେ ୧୮ଟି ଦମକଳ ଗାଡ଼ି ନିୟୋଜିତ ହୋଇ ଆଗ୍ନିକାଣ୍ଡକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା କେତେକ ଛାତ୍ରଛାତ୍ରୀ ଓ ସେମାନଙ୍କୁ ଉଦ୍ଧାର କରିଥିବା କିଛି ବ୍ୟକ୍ତି ସେହି ସମୟର ରୋମଟାଙ୍କୁରା କଥା ବୟାନ କରିଛନ୍ତି ।

{"id":115922}

୧୮ରୁ ଅଧିକ ଗୁରୁତର ଛାତ୍ରଛାତ୍ରୀଙ୍କୁ ସୁରଟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଗତକାଲି ସଂଧ୍ୟାରେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ରୂପାନୀ ।

{"id":115923}

ଘଟଣାରେ କ୍ରାଇମବ୍ରାଞ୍ଚ କୋଚିଂ ସେଣ୍ଟରର ମ୍ୟାନେଜର ସମେତ ୩ ଜଣଙ୍କୁ ଗିରଫ କରିଛି । ଏହି ଦୁଃଖଦାୟକ ଘଟଣା ପରେ ଅହମ୍ମଦାବାଦ ସହରର ସମସ୍ତ କୋଚିଂ ସେଣ୍ଟର ସାମୟିକ ସମୟ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅହମ୍ମଦାବାଦ ମ୍ୟୁନିସାପାଲ କର୍ପୋରେସନ। ବିଲଡିଂ ତଳେ ଥିବା ଟ୍ରାନସଫର୍ମରରୁ ସର୍ଟ ସର୍କିଟ୍‌ ପରେ ବିଲଡିଂରେ ନିଆଁ ଲାଗିଯାଇଥିଲା ।

{"id":115920}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ପ୍ରମୁଖ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.