ବିଷ ମିଶା ମଦ ପିଇ ମୃତ୍ୟୁ ଘଟଣା ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

Published By : Prameya-News7 Bureau | January 10, 2019 IST

ରେଢାଖୋଲ ୧୦|୧: ରେଢ଼ାଖୋଲ ନାକଟିଦେଉଳରେ ବିଷ ମିଶା ମଦ ପିଇ ମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନାକଟିଦେଉଳ ଥାନା ଗୌଡପଡା ଗାଁର ଫକୀର ଖୁରା ।

ସୂଚନା ଅନୁସାରେ ଗତ ୪ ତାରିଖରେ ରାସ୍ତାରେ ପଡ଼ିଥିବା ବିଷ ମିଶା ବୋତଲକୁ ଗୌଡପଡା ଗାଁର ଫକୀର ଖୁରା, କପିଳେଶ୍ବର ବାଦା ଓ ମହୁଲପାଲି ଗାଁର ପବିତ୍ର ଦୀପ ଲୋଭରେ ପିଇଦେଇଥିଲେ । ସେହିଦିନ ପ୍ରଥମେ ପବିତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ପରେ କପିଳେଶ୍ବରଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଫକୀର ଖୁରାଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମଦରେ ବିଷ ମିଶାଇ ହତ୍ୟା କରିଥିବା ଅଭିଯୋଗରେ ନାକଟିଦେଉଳ ପୋଲିସ ଗୌଡପଡା ଗାଁର ରାଜକିଶୋର ଖୁରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.