ସାରା ବିଶ୍ବରେ ବ୍ୟାପିଲାଣି କରୋନା ଭାଇରସ, ଚୀନରେ ମୃତ୍ୟୁସଂଖ୍ୟା ୧୦୬

Published By : Prameya-News7 Bureau | January 28, 2020 IST

ବେଜିଙ୍ଗ ୨୮।୦୧: ସାରା ବିଶ୍ବରେ ଧୀରେ ଧୀରେ ଭୟଙ୍କର ରୂପ ନେଉଛି କରୋନା ଭାଇରସ୍‌।ଚୀନରୁ ଆରମ୍ଭ ବ୍ୟାପିଥିବା କରୋନା ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ବହୁ ଦେଶରେ ବ୍ୟାପି ସାରିଲାଣି ।  ଚୀନରେ କରୋନା ଭାଇରସ୍ ଯୋଗୁଁ ୧୦୬ଜଣଙ୍କ ମୃତ୍ୟୁ ହୋଇସାରିଛି ।ଏହି ଭୂତାଣୁ ଦ୍ବାରା ଚୀନ୍‌ରେ ୪ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଭାରତରେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ସାମ୍ନାକୁ ଆସୁଛି । ଭାରତର ରାଜସ୍ଥାନର ଜୟପୁର, ବିହାରର ପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ, ମହାରାଷ୍ଟ୍ର ମୁମ୍ବାଇ ଓ ଚଣ୍ଡିଗଡରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଲାଣି । ଆମେରିକା ଓ କାନାଡାରେ ମଧ୍ୟ ଭାଇରସ୍‌ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇସାରିଛି ।  

{"id":216914,"sizeSlug":"large"}

 କରୋନା ଭାଇରସ ଚୀନରେ ଆତଙ୍କ ଖେଳାଇ ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ୧୦୬ଲୋକଙ୍କ ଜୀବନ ନେଲାଣି ଏହି ମାରାତ୍ମକ ଭାଇରସ । କରୋନା ଭାଇରସ୍‌ରେ ୧୩୦୦ଲୋକ ଆକ୍ରାନ୍ତ ହୋଇଥିବା ଲୋକଙ୍କ ନୂଆ ତାଲିକା ସାମ୍ନାକୁ ଆସିଛି । ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନ ଅନୁଯାୟୀ ୪୬୧ଜଣ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୁରା ଦେଶରେ ୪ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇସାରିଛି ।  ଯୁଦ୍ଧକାଳୀନ ଭିତ୍ତିରେ ଚୀନରେ ଏହାକୁ ରୋକିବା ପାଇଁ କାର୍ଯ୍ୟକ୍ରମ ଚାଲୁରହୁଛି । କିଛି ସହରର ଲୋକଙ୍କ ସହରବାହାରକୁ ଯିବା ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି ଚୀନ ସରକାର । ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

{"id":216915,"sizeSlug":"large"}

ସେପଟେ ଭାରତରେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ମାମଲା ସାମ୍ନାକୁ ଆସିଛି । ଏହି ଭାଇରସରେ ପୀଡିତ ଜଣେ ରୋଗୀଙ୍କୁ ଜୟପୁର ଏସଏମଏସ୍ ମେଡିକାଲରେ ସ୍ବତନ୍ତ୍ର ଓ୍ବାର୍ଡରେ ଭର୍ତ୍ତ କରାଯାଇଛି ।ମେଡିକାଲ ଅଧିକାରୀ ଏହାକୁ ସ୍ପଷ୍ଟ କରିଛନ୍ତି । ବିହାରର ପାଟଣାରେ ମଧ୍ୟ ଜଣେ ଯୁବତୀଙ୍କ ଏହି ଭାଇରସ ଆକ୍ରାନ୍ତରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟର ମୁମ୍ବାଇରେ କରୋନା ଭାଇରସ ଜଣେ ସନ୍ଦିଗ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କିଛିଦିନ ତଳେ ଚୀନରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେହିପରି ଚଣ୍ଡିଗଡରେ କରୋନା ଭାଇରସରେ ଜଣେ ସନ୍ଦିଗ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ହାଇଦ୍ରାବଦରେ ୩ଜଣଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣଙ୍କ ରିପୋର୍ଟ ନେଗେଟିଭ୍ ଥିବା ବେଳେ ଅନ୍ୟ ଦୁଇଜଣଙ୍କ ରିପୋର୍ଟ ଆସିନାହିଁ ।

{"id":216916,"sizeSlug":"large"}

କାନାଡାରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପ୍ରଥମ ମାମଲା ସାମ୍ନାକୁ ଆସିଛି । ସେପଟେ ଆମେରିକାରେ କରୋନା ଭାଇରସରେ ପାଞ୍ଚ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତ ହୋଇତିବା ପାଞ୍ଚଜଣ ଲୋକ ଚୀନର ବୁହାନରୁ ଆମେରିକା ଆସିଥିଲେ । ତେବେ ଆମେରିକାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ୨୬ଟି ରାଜ୍ୟର ପ୍ରାୟ ୧୦୦ଲୋକଙ୍କ ଯାଞ୍ଚ କରାଯାଇଛି ।

{"id":216918,"sizeSlug":"large"}

କାନାଡା ଓ ଆମେରିକା ବ୍ୟତୀତ ବିଶ୍ବର ଅନେକ ଦେଶ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେହି ଦେଶଗୁଡିକ ହେଉଛି- ଶ୍ରୀଲଙ୍କାରେ ଜଣେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ହଂକଂରେ କରୋନା ଭାଇରସରେ ୧୭ଜଣ ଆକ୍ରାନ୍ତ ହୋଇଛନ୍ତି । ଥାଇଲାଣ୍ଡରେ ୭ଜଣ ଆକ୍ରାନ୍ତ ,ମକାଉରେ ୫, ତାଇବାନରେ ୪, ଅଷ୍ଟ୍ରେଲିଆ ଓ ସିଙ୍ଗାପୁରରେ ୪-୪, କୋରିଆ ରିପ୍ଲବିକ, ଜାପାନ, ଫ୍ରାନ୍ସ ଓ ମାଲେଶିଆରେ ୩-୩ ଆକ୍ରାନ୍ତ ହୋଇଛନ୍ତି । ଭିଏତନାମାରେ ୨ଜଣ, ନେପାଳରେ ଜଣେ ଆକ୍ରାନ୍ତ ହୋଇଛନ୍ତି ।   

{"id":216920,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.