ଡିଆରସିରେ ଆଗ୍ନେୟ ଉଦଗୀରଣ : ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି, ଆହୁରି ବଢିବା ଆଶଙ୍କା

Published By : Prameya-News7 Bureau | May 25, 2021 IST

କିଂସାସା ୨୫।୫: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆରସି)ର ଗୋମା ସହର ଉପକଣ୍ଠରେ ନ୍ୟାରାଗୋଙ୍ଗୋ ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏହି ସଂଖ୍ୟା ଆହୁରି ଅଧିକ ବଢିବ ବୋଲି ଆଶଙ୍କା କରାଯାଉଛି ।

ନ୍ୟୁଜ୍ ଏଜେନ୍ସି ଜିନହୁଆ ସୋମବାର ଦିନ ଉତ୍ତର କିଭୁ ପ୍ରଦେଶର ନାଗରିକ ସୁରକ୍ଷାର ମୁଖ୍ୟ ଜୋସେଫ୍ ମଙ୍କୁଡିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ୯ ଜଣଙ୍କର ମୃତ୍ୟୁ ସେତେବେଳେ ଘଟିଥିବା ଯେତେବେଳେ ଲାଭା ସେମାନଙ୍କ ଘରକୁ ଧକ୍କା ଦେଇଥିଲା ଏବଂ ଅନ୍ୟ ୫ ଜଣଙ୍କର ମୃତ୍ୟୁ ଧୂଆଁ ଏବଂ ବିଷାକ୍ତ ଗ୍ୟାସ ଯୋଗୁଁ ହୋଇଥିଲା ।ଜଣେ ଅଧିକାରୀ କହିଛନ୍ତି ଯେ, ଟ୍ରକ୍ ଓଲଟି ପଡି ଦୁର୍ଘଟଣା ହେବା ଯୋଗୁଁ ଅନ୍ୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ଉତ୍ତର କିବୁର ରାଜଧାନୀ ଗୋମା ସ୍ଥିତ ମୁଞ୍ଜେଞ୍ଜ ସେଣ୍ଟ୍ରାଲ ଜେଲ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ।

ଏକ ସରକାରୀ ପ୍ରତିନିଧି ଦଳ ପରିସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ମାନବୀୟ, ସ୍ବାସ୍ଥ୍ୟ ଏବଂ ନିରାପତ୍ତା ସେବା ଯୋଗାଇବା ପାଇଁ ସୋମବାର ଦିନ ଗୋମାରେ ପହଞ୍ଚିଥିଲେ । ଯଦିଓ ଲାଭାର ପ୍ରବାହ ଗୋମାଠାରୁ ହ୍ରାସ ପାଇଛି, ତଥାପି ଭୂକମ୍ପନରେ ଏବେବି ଧ୍ୟାନ ଦେବା ଆବଶ୍ୟକ ।

୨୨ ମେ’ରେ ଅଗ୍ନେୟଗିରି ଉଦଗୀରଣ ପରେ ପ୍ରାୟ ୩୦୦୦ ଲୋକ ଗୋମା ଛାଡି ପଡୋଶୀ ରଓ୍ବାଣ୍ଡାକୁ ପଳାଇଥିବା ବେଳେ ଅନ୍ୟମାନେ ସହରର ଆଖପାଖ ଗାଁ ଆଡକୁ ଯାଇଥିଲେ । ଆଗ୍ନେୟଗିରି ଉଦଗୀରଣ ହେବାର ଠିକ୍ ପରେ ପରେ ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା । ଗୋମା ଦୁଇଟି ସକ୍ରିୟ ଆଗ୍ନେୟଗିରିର ଘର - ନ୍ୟାମୁଲାଗିରା ଏବଂ ନାରାଗୋଙ୍ଗୋ ।

ପୂର୍ବରୁ ୨୦୦୨ ମସିହାରେ ନାରାଗୋଙ୍ଗୋରେ ଏକ ବଡ ଉଦଗୀରଣ ହୋଇଥିଲା । ସେତେବେଳେ ପ୍ରାୟ ୨୫୦ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୧୨୦,୦୦୦ ଲୋକ ବାସ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.