Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚୀନ୍‌ରେ ଅଣାୟତ୍ତ ‘କରୋନା’ : ମୃତ୍ୟୁ ସଂଖ୍ୟା ଛୁଇଁଲା ୬୩୮, ଆହୁରି ବି ଭୟଙ୍କର ହୋଇପାରେ ସ୍ଥିତି

7/02/2020 at 10:59 AM

ବେଜିଂ ୭।୨: ଚୀନରେ କରୋନାରେ ମୃତ୍ୟୁ ସଂଖ୍ୟା ୬୩୮ ଛୁଇଁଲା । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ନେଇ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ କମିଶନ । ସ୍ଥିତି ଅହୁରି ଭୟଙ୍କର ହୋଇପାରେ । କରୋନାକୁ ବିଶ୍ବ ସଙ୍କଟ ଘୋଷଣା କରିଛି ଡବ୍ଲୁଏଚଓ । ତେବେ ଚୀନରେ ସ୍ଥିତି ସଙ୍ଗୀନ ରହିଥିବା ବେଳେ ଅନେକ ଲୋକ ଠିକରେ ଚିକିତ୍ସା ପାଇ ପାରୁନଥିବା ଭଳି ଅଭିଯୋଗ ମଧ୍ୟ ଆସୁଛି । ସେମାନଙ୍କ ମଧ୍ୟରୁ କେତେକ ହସ୍ପିଟାଲ ଆସିବା ପୂର୍ବରୁ ହିଁ ପ୍ରାଣ ହରାଉଛନ୍ତି । ଏଭଳି ପରିସ୍ଥିତିରେ କରୋନା ରୋଗ ଯିଏ ଲୁଚାଇବ ସିଏ ଦଣ୍ଡିତ ହେବେ ବୋଲି ଚୀନ ସରକାର ଘୋଷଣା କରିଛନ୍ତି ।

ଅନ୍ୟପଟେ ଚୀନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୨୫ ହଜାର ହେବ ବୋଲି ଚର୍ଚ୍ଚା ହେଉଛି । ଏକ ଲିକ୍ ରିପୋର୍ଟକୁ ଆଧାର କରି ତାଇୱାନର ଏକ ଖବରକାଗଜ ଏଭଳି ତଥ୍ୟ ପ୍ରକାଶ କରିଛି । ଏଥିରେ କୁହାଯାଇଛି ଚୀନର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଟାନସେଣ୍ଟ ଅନିଚ୍ଛାକୃତ ଭାବେ ପ୍ରକୃତ ତଥ୍ୟ ଲିକ୍ କରିଦେଇଛି । ଯେଉଁଥିରେ ବାସ୍ତବ ସଂଖ୍ୟାର ୧୦ ଗୁଣ ଆକ୍ରାନ୍ତ ହୋଇଥିବା କୁହାଯାଇଛି ।  ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ହେବ ବୋଲି  କମ୍ପାନୀ ତାର ୱେବ ପେଜରେ ପ୍ରକାଶ କରିଛି । 

ସେହିପରି ଚୀନ୍ ସରକାର କହୁଛନ୍ତି କରୋନାରୁ ୩ଶହ ଜଣ ଭଲ ହୋଇଥିବା ବେଳେ ଏହି ରିପୋର୍ଟରେ କୁହାଯାଇଛି ଯେ, ୨୬୯ ଜଣ ଏହି ରୋଗରୁ ଏଯାବତ୍ ଭଲ ହୋଇଛନ୍ତି । ସବୁଠାରୁ ଉଦବେଗର ବିଷୟ ହେଲା ମୃତକଙ୍କ ସଂଖ୍ୟା ଏଥିରେ ଦର୍ଶାଯାଇଥିଲା ୨୪ ହଜାର ୫୮୯ ।  ଯେତେବେଳେ ଟାନସେଣ୍ଟର ଏହି ତଥ୍ୟ ପ୍ରଘଟ ହୋଇଥିଲା ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।  ତୁରନ୍ତ ଏହି କମ୍ପାନୀ ତାର ଡାଟା ଅପଡେଟ କରିଦେଇଥିଲା ଏବଂ ସରକାରୀ ତଥ୍ୟକୁ ସ୍ଥାନ ଦେଇଥିଲା ।

   Related Posts