୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିଲା ରାକ୍ଷସ ଶିକ୍ଷକ : ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ, ଜାଣନ୍ତୁ କେଉଁଦିନ ମିଳିବ ଫାଶୀ

Published By : Prameya-News7 Bureau | February 05, 2019 IST

ଦିଲ୍ଲୀ ୫/୨ : ମଧ୍ୟ ପ୍ରଦେଶର ସତନା ଜିଲ୍ଲାରେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଦୋଷୀକୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ | ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିଲା ଜଣେ ସ୍କୁଲ ଶିକ୍ଷକ | ଦୁଷ୍କର୍ମ ପୀଡିତା ଶିଶୁର ଅବସ୍ଥା ଏତେ ଭୟଙ୍କର ହୋଇଥିଲା ଯେ ଶିଶୁକୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଶିଶୁର କେତେଗୁଡିଏ ଅପରେସନ ମଧ୍ୟ କରାଯାଇଥିଲା | ଅଭିଯୁକ୍ତ ଶିକ୍ଷକ ମହେନ୍ଦ୍ର ସିଂକୁ ମାର୍ଚ୍ଚ ୨ ତାରିଖରେ ଜବଲପୁର ଜେଲରେ ଫାଶୀ ପାଇଁ ତାରିଖ ଧାର୍ଯ୍ୟ ହୋଇଛି |


ଅଧିକାରୀ କହିଛନ୍ତି ଯେ, ଯଦି ସୁପ୍ରିମକୋର୍ଟ ଏହି ଦଣ୍ଡ ଉପରେ କୌଣସି ହସ୍ତକ୍ଷେପ ନକରନ୍ତି ତାହେଲେ ଦୋଷୀ ଶିକ୍ଷକକୁ ଧାର୍ଯ୍ୟ ତାରିଖରେ ହିଁ ଫାଶୀ ଦିଆଯିବ | ଦୋଷ ପ୍ରମାଣିତ ହେବାପାଇଁ ଏବଂ ଦୋଷୀକୁ ଦଣ୍ଡିତ କରିବା ପାଇଁ ୭ ମାସ ସମୟ ଲାଗିଥିଲା | ଯଦି ମହେନ୍ଦ୍ରକୁ ଫାଶୀ ହେବ ତା'ହେଲେ ନୂଆ ନିୟମ ପୋକସୋ ଆକ୍ଟ ଜାରି ହେବାପରେ ନାବାଳିକା ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀକୁ ଫାଶୀ ହେବା କ୍ଷେତ୍ରରେ ପ୍ରଥମ ଘଟଣା ହେବ |

{"id":82179}


ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଜୁନ ୩୦ ତାରିଖରେ ମହେନ୍ଦ୍ର ସିଂ ୪ ବର୍ଷର ଶିଶୁକୁ ଅପହରଣ କରିନେଇଥିଲା | ଶିଶୁକୁ ଅପହରଣ କରି ଏକ ଜଙ୍ଗଲକୁ ନେଇଯାଇଥିଲା ଏବଂ ସେଠାରେ ଶିଶୁ ସହ ଦୁଷ୍କର୍ମ କରିଥିଲା | ଦୁଷ୍କର୍ମ ପରେ ଶିଶୁ ମରିଯାଇଥିବା ଭାବି ମହେନ୍ଦ୍ର ଶିଶୁକୁ କ୍ଷତବିକ୍ଷତ ଅବସ୍ଥାରେ ଜଙ୍ଗଲରେ ଛାଡି ଚାଲି ଯାଇଥିଲା | ଶିଶୁର ପରିବାର ଲୋକେ ବହୁତ ଖୋଜାଖୋଜି କରି ବିଳମ୍ବିତ ରାତିରେ ଶିଶୁକୁ ଜଙ୍ଗଲରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ | ଖବର ଜାଣିବା ପରେ ରାଜ୍ୟ ସରକାର ତୁରନ୍ତ ଶିଶୁକୁ ହେଲିକେପ୍ଟର ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରିଥିଲେ | ଘଟଣାର କିଛି ସମୟରେ ଅପରାଧୀ ଶିକ୍ଷକକୁ ପୋଲିସ ଗିରଫ କରିଥିଲା |


ମଧ୍ୟପ୍ରଦେଶ ହାଇକୋର୍ଟର ଏକ ବିଭିଜନ ବେଞ୍ଚ ମହେନ୍ଦ୍ରକୁ ଦିଆଯାଇଥିବା ଦଣ୍ଡରେ ଜାନୁଆରୀ ୨୫ ତାରିଖରେ ମୋହର ମାରିଥିଲେ | ଜଷ୍ଟିସ ପି.କେ.ଜେସୱାଲ ଏବଂ ଜଷ୍ଟିସ ଅଞ୍ଜୁଳି ପାଲୋଙ୍କ ବେଞ୍ଚ କହିଥିଲେ ଯେ, ଏଭଳି କ୍ରୁର ଅପରାଧୀଙ୍କୁ କଠୋର ରୁ ଅତି କଠୋର ଦଣ୍ଡ ଦେବା ଉଚିତ | ଏଭଳି ଅପରାଧ ବଢି ବଢି ଚାଲିଛି | ସେଥିପାଇଁ ଏଭଳି ଅପରାଧକୁ ରୋକିବା ପାଇଁ ଫାଶୀ ଦଣ୍ଡ ଦେବା ଜରୁରୀ | ଅଭିଯୁକ୍ତ ଜଣେ ଶିକ୍ଷକ ହୋଇଥିବାରୁ ଘଟଣା ଅଧିକ ଗମ୍ଭୀର ବୋଲି କହିଥିଲେ କୋର୍ଟ | ଛାତ୍ରଛାତ୍ରୀଙ୍କୁ ନୈତିକତା ପାଠ ପଢ଼ାଇବା ଶିକ୍ଷକଙ୍କ କାମ | କିନ୍ତୁ ଏଠାରେ ଜଣେ ଶିକ୍ଷକ ନିଜେ ଏକ ନିରୀହ ଶିଶୁକୁ ଦୁଷ୍କର୍ମ କରି ସମାଜରେ ଶିକ୍ଷକଙ୍କ ନାଁକୁ ବଦନାମ କରିଛି ବୋଲି କହିଥିଲେ କୋର୍ଟ |

{"id":82180}


ଜବଲପୁର ସେଣ୍ଟ୍ରାଲ ଜେଲର ଅଧ୍ୟକ୍ଷ ଗୋପାଳ ତାମରାକର କହିଛନ୍ତି ଯେ, କୋର୍ଟଙ୍କ ରାୟର କାଗଜ ଏବେ ଯାଏଁ ତାଙ୍କ ପାଖକୁ ପହଞ୍ଚିନାହିଁ | ଏହି ରାୟ ଡାକ ମାଧ୍ୟମରେ ଜେଲକୁ ଆସିଥାଏ | ତାଙ୍କ ପାଖକୁ କେବଳ ଏକ ଇ-ମେଲ ଆସିଛି ଏବଂ ଇ-ମେଲ ଅନୁଯାୟୀ, ମାର୍ଚ୍ଚ ୨ ତାରିଖ ସକାଳ ୫ଟାରେ ଦୋଷୀକୁ ଫାଶୀ ଦିଆଯିବ ବୋଲି କହିଛନ୍ତି ଜେଲ ଅଧ୍ୟକ୍ଷ |


୨୦୧୮ ମସିହାରେ ମଧ୍ୟପ୍ରଦେଶ ଅଦାଲତ ୨୧ ଅପରାଧୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ | ଏମାନଙ୍କ ମଧ୍ୟରୁ ୧୮ ଜଣ ଅପରାଧୀ ୧୨ ବର୍ଷରୁ କମ ଶିଶୁଙ୍କୁ ଦୁଷ୍କର୍ମ କରିଥିଲେ |


ଅଧିକାରୀଙ୍କ କହିବା ଅନୁଯାୟୀ, ମହେନ୍ଦ୍ର ସିଂ ପାଖରେ ଏବେ ମଧ୍ୟ ଦୁଇଟି ବିକଳ୍ପ ରହିଛି | ସେ ରାଷ୍ଟ୍ରପତି ଏବଂ ସୁପ୍ରିମକୋର୍ଟରେ ଜୀବନ ରକ୍ଷା ପାଇଁ ଆବେଦନ କରିପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.