ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ସାବଧାନ ଦୁଷ୍କର୍ମକାରୀ ! ଦୁଷ୍କର୍ମ କଲେ ଏଥର ମୃତ୍ୟୁ ଦଣ୍ଡ

13/08/2018 at 7:43 AM

ନୂଆ ଦିଲ୍ଲୀ ୧୩/୮ : ୧୨ ବର୍ଷରୁ କମ ବୟସର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଅପରାଧ ପାଇଁ ଏବେ ଅପରାଧୀକୁ ମିଳିବ ମୃତ୍ୟୁ ଦଣ୍ଡ | ଫୌଜଦାରୀ ଆଇନ ସଂଶୋଧନ ବିଲ୨୦୧୮ କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିଛନ୍ତି |
ଏହି ମଞ୍ଜୁରୀ ଫଳରେ ଏପ୍ରିଲ ୨୧ ତାରିଖରେ ସରକାର ଜାରି କରିଥିବା ଏ ସଂକ୍ରାନ୍ତୀୟ ଅଧ୍ୟାଦେଶ ଅକାମି ହୋଇପଡିଛି | ଉତ୍ତର ପ୍ରଦେଶର କାଠୁଆରେ ଜଣେ ନାବାଳୀକୁ ଦୁଷ୍କର୍ମ ଏବଂ ଉନ୍ନାଉରେ ଜଣେ ମହିଳାଙ୍କୁ ଲୋମହର୍ଷଣକାରୀ ଦୁଷ୍କର୍ମ ପରେ କଡା ଦଣ୍ଡ ବିଧାନ ପାଇଁ ସରକାର ଏଭଳି ଏକ ଅଧ୍ୟାଦେଶ ଜାରି କରିଥିଲେ |
ସଂଶୋଧିତ ଆଇନ ଅନୁସାରେ ୧୨ ବର୍ଷରୁ କମ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଦଣ୍ଡ ମୃତ୍ୟୁ ଦଣ୍ଡ ହେବ | ସେହିଭଳି ମହିଳା ଙ୍କୁ ଦୁଷ୍କର୍ମ ଅପରାଧରେ ଦଣ୍ଡ ୭ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ରଖାଯାଇଛି | ୧୬ ବର୍ଷରୁ କମ ବୟସ୍କାଙ୍କୁ ଦୁଷ୍କର୍ମ କ୍ଷେତ୍ରରେ ୧୦ ବର୍ଷରୁ ଆରମ୍ଭ କରି ୨୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ରଖା ଯାଇଛି | ସବୁଠୁ ବଡ କଥା ହେଉଛି, ୧୬ ବୟସରୁ କମ ବୟସ ଦୁଷ୍କର୍ମ ଘଟଣାରେ ଆଗୁଆ ଜାମିନ ମିଳିବ ନାହିଁ | ଦୁଷ୍କର୍ମ ଘଟଣାର ଅନୁସନ୍ଧାନ ୨ ମାସ ମଧ୍ୟରେ ସରିବ | ଏହି ଭଳି ବିଚାର ପ୍ରକ୍ରିୟା ମଧ୍ୟ ୨ ମାସ ମଧ୍ୟରେ ସାରିବାକୁ ବାଧ୍ୟ ବୋଲି ଆଇନରେ ବ୍ୟବସ୍ଥା କରାଯାଇଛି |
ଗତ ସପ୍ତାହରେ ପାର୍ଲିଆମେଣ୍ଟରେ ସଂଶୋଧିତ ଆଇନ ପାରିତ ହେବା ପରେ ଶନିବାର ଦିନ ରାଷ୍ଟ୍ରପତି ଏହା ଉପରେ ମୋହର ମାରିଛନ୍ତି |

   Related Posts