ସାଉଦି ଆରବରେ ୩୭ ଜଣଙ୍କ ମୁଣ୍ଡ କାଟି ଦିଆଗଲା ମୃତ୍ୟୁ ଦଣ୍ଡ : ସାରା ଦୁନିଆରେ ହେଉଛି ଚର୍ଚ୍ଚା

Published By : Prameya-News7 Bureau | April 25, 2019 IST

ସାଉଦି ଆରବ ୨୫/୪ : କିଛି ଦିନ ପୂର୍ବରୁ ସାଉଦି ଆରବରେ ପଞ୍ଜାବର ୨ଜଣ ବ୍ୟକ୍ତିଙ୍କ ମୁଣ୍ଡ କାଟି ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା | ଏହି ଖବର ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା | ଘଟଣା ଫେବୃଆରୀ ମାସରେ ଘଟିଥିଲା | କିନ୍ତୁ ଘଟଣାର ଖୁଲାସା ୨ ମାସ ପରେ ହୋଇଥିଲା | ସାଉଦି ଆରବରେ ଥିବ ଭାରତୀୟ ଦୂତାବାସ ମଧ୍ୟ ଏହି ଘଟଣା ସମ୍ପର୍କରେ ଜାଣିନଥିଲେ | ଦଣ୍ଡ ପାଇଥିବା ଲୋକଙ୍କ ପରିବାରଲୋକ ନିଜ ଲୋକଙ୍କ ଘର ବାହୁଡାକୁ ଅପେକ୍ଷା କରିଛନ୍ତି | ମୃତ୍ୟୁ ଦଣ୍ଡ ଖବର ୨ ମାସ ପରେ ଆସିଥିଲେ ମଧ୍ୟ ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା | ମଙ୍ଗଳବାର ଦିନ ସାଉଦି ଆରବରେ ପାଖାପାଖି ୩୭ ଲୋକଙ୍କ ମୁଣ୍ଡ କାଟି ମୃତ୍ୟୁ ଦଣ୍ଡ ଦିଆଯାଇଥିଲା | ମୃତ୍ୟୁ ଦଣ୍ଡ ପାଇଥିବା ଅଧିକାଂଶ ଲୋକ ସିୟା ସମ୍ପ୍ରଦାୟର |

{"id":107253}


ଏହି ଲୋକମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା | ସେମାନଙ୍କ ମୁଣ୍ଡ କାଟିବା ପରେ ତାଙ୍କୁ ଖୁଣ୍ଟରେ ବାନ୍ଧି ରଖାଯାଇଥିଲା | ସାଧାରଣ ଏସବୁ ଦେଖିବେ ବୋଲି ଏହିଭଳି ଭାବେ ସେମାନଙ୍କ ମୃତଦେହକୁ ରଖାଯାଇଥିଲା | ସାଉଦି ଆରବରେ ଅଳ୍ପ ସଂଖ୍ୟକ ସିୟା ସମ୍ପ୍ରଦାୟ ଅଛନ୍ତି | ସେମାନଙ୍କୁ ଏଠାରେ ହୀନ ଭାବନା ସହ ଦେଖାଯାଇଥାଏ | ସେମାନଙ୍କ ଉପରେ ସବୁବେଳେ ନିର୍ଯ୍ୟାତନା କରାଯାଇଥାଏ |

{"id":107259}

ସାଉଦି ଆରବରେ ଏହିଭଳି ଅନେକ ଉଦାହରଣ ମିଳିବ | ଗତ କିଛି ବର୍ଷ ହେଲା ସାଉଦି ନିଜର କଠୋରବାଦୀ ଇସ୍ଲାମିକ ଛବିକୁ ଭାଙ୍ଗିବାକୁ ପ୍ରୟାସ କରିଛି | ଯେଉଁଥିପାଇଁ ସାଉଦି ସମ୍ପର୍କରେ ଅନେକ ଚର୍ଚ୍ଚା ହେଉଥିଲା | କିଛି ବଦଳି ଯାଇଥିବା ନିୟମ ଏବଂ ମହିଳାଙ୍କୁ ଦିଆଯାଇଥିବା ଅଧିକାରକୁ ନେଇ ସାଉଦି ଆରବର ଅନେକ ପ୍ରଶଂସା ମଧ୍ୟ ହୋଇଥିଲା | କିନ୍ତୁ ସିୟା ସମ୍ପ୍ରଦାୟଙ୍କ ସହ ହେଉଥିବା ଦୁର୍ବ୍ୟବହାରକୁ ନେଇ ପ୍ରଶ୍ନ ଉଠିଛି | ମଙ୍ଗଳବାର ଦିନ ଦିଆଯାଇଥିବା ମୃତ୍ୟୁ ଦଣ୍ଡ ସବୁଠାରୁ କଠୋର ଦଣ୍ଡ ବୋଲି କୁହାଯାଉଛି |

{"id":107254}


ମହମ୍ମଦ ବିନ ସଲମାନ ଶାସନକୁ ଆସିବା ପରେ ସାଉଦି ଆରବରେ ଅନେକ ପରିବର୍ତ୍ତନ ଦେଖାଦେଇଛି | ସାଉଦି କ୍ରାଉନ ପ୍ରିନ୍ସଙ୍କୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଛି | ଆମେରିକା ସହ ଗଢି ଉଠିଥିବା ସମ୍ପର୍କ ହେଉ କି ପାକିସ୍ତାନକୁ କୋଟି କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ହେଉ, କ୍ରାଉନ ପ୍ରିନ୍ସ ସବୁବେଳେ ଚର୍ଚ୍ଚାରେ | ୩୭ ଲୋକଙ୍କୁ ମୃତ୍ୟୁ ଦଣ୍ଡ ମାମଲାରେ ସରକାର କହିଛନ୍ତି ଯେ, ଏଠାରେ ଲୋକେ ଆତଙ୍କବାଦୀ ଗତିବିଧି ସହ ଜଡିତ ଏବଂ ଚରମପନ୍ଥୀ ବିଚାରଧାରା ବଢା଼ଉଥିଲେ | ଏମାନେ ଦେଶରେ ଉତ୍ତେଜନା ସୃଷ୍ଟି କରୁଥିଲେ | ସେହି ୩୭ ଜଣଙ୍କ ମଧ୍ୟରୁ କିଛି ଲୋକ ହତ୍ୟାକାରୀ ମଧ୍ୟ ଥିଲେ ବୋଲି ସାଉଦି ସରକାର ନିଜ ବୟାନରେ କହିଛନ୍ତି | ସମସ୍ତଙ୍କୁ ନିୟମ ଏବଂ ଆଇନ ଅନୁଯାୟୀ, ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ସରକାର କହିଛନ୍ତି |

{"id":107255}

ଏମନେଷ୍ଟି ଇଣ୍ଟର ନ୍ୟାସନାଲ କହିବାନୁଯାୟୀ, ଦଣ୍ଡ ପାଇଥିବା ୧୧ ଜଣ ସାଉଦି ଆରବ ବିରୋଧରେ ଜାସୁସି କରୁଥିଲେ | ଏହି ଜାସୁସମାନେ ଇରାନ ସହ ଜଡିତ ଥିଲେ | କିନ୍ତୁ ଅନ୍ୟ ୧୪ ଜଣଙ୍କୁ ଅନ୍ୟ ଅଭିଯୋଗରେ ଦଣ୍ଡ ଦିଆଯାଇଛି | ଏମାନଙ୍କ ମଧ୍ୟରୁ ଅନେକ ୨୦୧୧-୧୨ ମସିହାରେ ହୋଇଥିବା ସରକାର ବିରୋଧୀ ପ୍ରଦର୍ଶନରେ ସାମିଲ ଥିଲେ | ଏମନେଷ୍ଟି ଅନୁଯାୟୀ, ମଙ୍ଗଳବାର ଦିନ ଯେଉଁ ୩୭ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ସେମାନଙ୍କ ମଧ୍ୟରେ ଜଣେ ୧୬ ବର୍ଷର କିଶୋର ବାଳକ ଥିଲା | ସାଉଦି ଆରବରେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ପାଖାପାଖି ୧୦୦ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇସାରିଛି | ୨୦୧୮-୧୯ରେ ୧୪୦ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.