Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଓକିଲଙ୍କୁ କାମୁଡ଼ିଦେଲେ ଦୁଇ ପୋଷା କୁକୁର: ମିଳିଲା ମୃତ୍ୟୁ ଦଣ୍ଡ, ମୂକ ପଶୁଙ୍କ ପାଇଁ ଏ କି ବିଚାର !

12/07/2021 at 4:05 PM

ନୂଆଦିଲ୍ଲୀ ୧୨/୦୭ : ପାକିସ୍ତାନ କରାଚୀରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ପୋଷା କୁକୁରଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ଦୁଇ କୁକୁର ଜଣେ ବରିଷ୍ଠ ଓକିଲଙ୍କୁ ହମଲା କରି ତାଙ୍କୁ ଆହତ କରିଥିବାରୁ ସେମାନଙ୍କୁ ଏହିଭଳି ଦଣ୍ଡ ଦିଆଯାଇଛି। ଗଲ୍ଫ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ମାମଲା କରାଚୀର। ଏଠାରେ ପଷ ଅଞ୍ଚଳରେ ମନିଙ୍ଗ ୱାକ ସମୟରେ ଜଣେ ବରିଷ୍ଠ ଓକିଲଙ୍କୁ ହଠାତ ଦୁଇଟି କୁକୁର ହମଲା କରିଥିଲେ। ଓକିଲଙ୍କ ନାଁ ମିର୍ଜା ଅଖତର। ଦୁଇ କୁକୁର ଜର୍ମାନ ଶେଫର୍ଡ଼। ଘଟଣା ପରେ କୁକୁରଙ୍କ ମାଲିକ ହୁମାୟୁନ ଖାନ ଅଖତରଙ୍କୁ କ୍ଷମା ମାଗିଥିଲେ।

ରିପୋର୍ଟରେ କୁହାଯାଇଛି ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ କୁକୁରଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ଓକିଲ ଓ କୁକୁରଙ୍କ ମାଲିକଙ୍କ ମଧ୍ୟରେ ହୋଇଥିବା ଏକ ଆଉଟ-ଅଫ-କୋର୍ଟ ଚୁକ୍ତିର ଏକ ଅଂଶ। ଓକିଲ କହିଛନ୍ତି ଯେ ଦୁଇ କୁକୁରଙ୍କୁ କେହି ଉସୁକାଇନଥିଲେ, ସେମାନେ ମନକୁ ତାଙ୍କ ଉପରକୁ ହମଲା କରି ଆହତ କରିଦେଇଥିଲେ।

ସୂଚନା ଅନୁଯାୟୀ, ବିବାଦର ସମାଧାନ ପାଇଁ ଓକିଲ ଓ କୁକୁରଙ୍କ ମାଲିକଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଥିଲା। କାରଣ ଓକିଲ କିଛି ସର୍ତ୍ତ ଅନୁଯାୟୀ ହୁମାୟୁନ ଖାନଙ୍କୁ କ୍ଷମା କରିବାକୁ ରାଜି ହୋଇଥିଲେ। ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ସର୍ତ୍ତରେ କୁହାଯାଇଛି ଯେ ହୁମାୟୁନ ଖାନ ଓ ତାଙ୍କ ପରିବାର ଘରେ କୌଣସି ପ୍ରକାର ପୋଷା ପଶୁ ବା କୁକୁର ରଖିବେ ନାହିଁ। ଏହାପରେ ଧାର୍ଯ୍ୟ ହୋଇଥିଲା ଯେ ଦୁଇ କୁକୁରଙ୍କୁ ଡାକ୍ତର ମୃତ୍ୟୁ ପ୍ରଦାନ କରିବେ। ତାଛଡା କୁକୁରର ମାଲିକ ସ୍ଥାନୀୟ ଶେଲ୍ଟରକୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେବେ। ଚୁକ୍ତି ପୂର୍ବରୁ ହୁମାୟୁନ କୋର୍ଟରେ ଜାମିନ ଆବେଦନ କରିଥିଲେ। ତାଙ୍କର ଦୁଇ କର୍ମଚାରୀଙ୍କୁ ପୋଲିସ ହେପାଜତରେ ରଖିଥିଲା।

ମାମଲା ସାମ୍ନାକୁ ଆସିବା ପରେ ଖୁବ ଚର୍ଚ୍ଚା ହୋଇଥିଲା। କିଛି ପଶୁ କଲ୍ୟାଣ ସଂସ୍ଥା ଏହାକୁ ବିରୋଧ କରିଛନ୍ତି ଓ ଏହି ଚୁକ୍ତିକୁ ଅମାନବୀୟ କହିଛନ୍ତି। ସେମାନଙ୍କ କହିବାନୁଯାୟୀ ନିୟନ୍ତ୍ରକର ଅବହେଳାର ଦଣ୍ଡ ମୁକ ପଶୁଙ୍କୁ କାହିଁକି ଦିଆଯାଉଛି ? ସୋସିଆଲ ମିଡ଼ିଆରେ ଏହାର ଭିଡିଓ ଅନେକ ଲୋକ ସେୟାର କରିଛନ୍ତି।

   Related Posts