ମୃତ୍ୟୁଦଣ୍ଡାଦେଶ 'open ended' ନୁହେଁ, ଅପରାଧୀ ଏପରି ଭାବିବା ଭୁଲ : ସୁପ୍ରିମକୋର୍ଟ

Published By : Prameya-News7 Bureau | January 23, 2020 IST

ନୂଆଦିଲ୍ଲୀ ୨୩।୧: ଆଇନ ଗୋଟିଚାଳନାଯୋଗୁ ନିର୍ଭୟା ଅପରାଧୀଙ୍କ ଦଣ୍ଡପାଳନରେ ହେଉଥିବା ବିଳମ୍ବ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ମୃତ୍ୟୁଦଣ୍ଡ ବିଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୋର୍ଟ କହିଥିବା ବେଳେ ଏଭଳି ଦଣ୍ଡାଦେଶ 'ଓପନ ଏଣ୍ଡେଡ' ଓ ଏହି ସଜାପାଇଥିବା ଅପରାଧୀ ଯେତେବେଳେ ଚାହିଁବେ ସେତେବେଳେ ଆଇନକୁ ଚାଲେଞ୍ଜ କରିପାରିବେ ଏଭଳି ବୁଝିବା ଭୁଲ ବୋଲି କହିଛନ୍ତି। ଏଣୁ ଏଭଳି କରି ସମାଜକୁ ଭୁଲ ବାର୍ତ୍ତା ଦେବା ଉଚିତ ନୁହେଁ ବୋଲି କହିଛନ୍ତି କୋର୍ଟ।

{"id":215111,"width":580,"height":332,"sizeSlug":"large"}

ସମାଜ ଓ ପୀଡିତଙ୍କ ପ୍ରତି ମଧ୍ୟ ରହିଛି ବିଚାରପତିଙ୍କ କର୍ତ୍ତବ୍ୟ
ନିର୍ଭୟା ମାମଲାର ଦୋଷୀ ୪ ଜଣ ଥରଥର କରି ପିଟିସନ ଦାୟର କରୁଥିବା ବେଳେ କୋର୍ଟଙ୍କ ଏପରି ମନ୍ତବ୍ୟକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସେମାନଙ୍କ ଏପରି ନିବେଦନ ଯୋଗୁ ଦଣ୍ଡ ପାଳନରେ ବିଳମ୍ବ ହେଉଛି। ତେବେ ଆଇନ ତା ହିସାବରେ କାର୍ଯ୍ୟକରିବା ଆବଶ୍ୟକ ଓ ବିଚାରପତିମାନେ ସମାଜ ଏବଂ ପୀଡିତଙ୍କୁ ଧ୍ୟାନରେ ରଖି ନ୍ୟାୟ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

{"id":215112,"sizeSlug":"large"}

ଏକ ପ୍ରେମୀ ଯୁଗଳଙ୍କ ନିବେଦନର ଶୁଣାଣି ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି କୋର୍ଟ
ମୁଖ୍ୟବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ, ଜଷ୍ଟିସ୍ ଏସ.ଏ.ନଜିର ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କ ୩ ସଦସୀୟ ଖଣ୍ଡପୀଠ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ଏକ ପ୍ରେମୀଯୁଗଳ(ସଲିମ ସବନମ)ଙ୍କ ନିବେଦନର ଶୁଣାଣି ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି। ୨୦୦୮ ମସିହାରେ ଉତ୍ତରପ୍ରଦେଶରେ ଗୋଟିଏ ପରିବାରର ୭ ଜଣଙ୍କ ହତ୍ୟା ସମ୍ପର୍କିତ ମାମଲାରେ ଖଣ୍ଡପୀଠ ଏପରି କହିଛନ୍ତି। ପରିବାରର ଜନୈକା ସଦସ୍ୟାଙ୍କ ପ୍ରେମ ପ୍ରସଙ୍ଗ ଚାଲିଥିଲା। ତେବେ ଏଥିରେ ପରିବାର ପ୍ରତିବନ୍ଧକ ହେଉଥିବାରୁ ପ୍ରେମିକ ସହ ମିସି ପ୍ରେମିକା ନିଜ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ।

{"id":215113,"sizeSlug":"large"}

ଜନ୍ମଦାତାଙ୍କ ସହ ୧୦ ମାସର ଶିଶୁପୁତ୍ରକୁ ବି କରିଥିଲେ ନିର୍ମମ ହତ୍ୟା
ଯୁବତୀ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ପ୍ରେମିକ ସହ ଘର ସଂସାର କରିବା ଲାଗି ନିଜ ଜନ୍ମଦାତା ମାତା,ପିତା, ୨ ଭାଇ, ଭାଉଜ ସମେତ ସେମାନଙ୍କ ୧୦ ମାସର ଶିଶୁପୁତ୍ରକୁ ବି ହତ୍ୟା କରିଥିଲେ। ୨୦୧୫ ମସିହାରେ ସୁପ୍ରିମକୋର୍ଟ ସେମାନଙ୍କ ଦଣ୍ଡାଦେଶକୁ ସ୍ୱୀକୃତି ଦେଇଥିଲେ। ତେବେ ସେମାନେ କରିଥିବା ପୁନର୍ବିଚାର ନିବେଦନର ବେଞ୍ଚ ଗୁରୁବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ 'କେହି କୌଣସି ମାମଲାରେ ସାରା ଜୀବନ ଲଢିପାରିବନି' ବୋଲି କହିଛନ୍ତି କୋର୍ଟ। ଏଣୁ ମୃତ୍ୟୁଦଣ୍ଡପାଇଥିବା ଅପରାଧୀ ଏହା କେବେବି ଭାବିବା ଉଚିତ ନୁହେଁ କି ଏପରି ଦଣ୍ଡାଦେଶ ଓପନ ଏଣ୍ଡେଡ୍ ଓ ଅପରାଧୀ ଯେତେବେଳେ ଚାହିଁବେ ସେତେବେଳେ ଏହା ଉପରେ ପ୍ରଶ୍ନ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.