Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଏହି ସବୁ ପ୍ରଡକ୍ଟ ହେଉଛି ମୃତ୍ୟୁର ଅନ୍ୟନାମ: ବିଦେଶରେ ହୋଇଛି ନିଷେଧ, ହେଲେ ଭାରତରେ ଚାଲିଛି ଅବାଧ ବ୍ୟବହାର

23/07/2019 at 8:28 PM

ନୂଆଦିଲ୍ଲୀ୨୩|୭: ଭାରତୀୟ ବଜାରରେ ଏମିତି ଅନେକ ଜିନିଷ ଅଛି ଯାହା ମଣିଷ ଶରୀର ପାଇଁ କ୍ଷତିକାରକ ବୋଲି ବିଦେଶୀ ରାଷ୍ଟ୍ର ସେ ସବୁ ଜିନିଷକୁ ସେମାନଙ୍କ ରାଷ୍ଟ୍ରରେ ନିଷେଧ କରିଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ସେହି ଜିନିଷଗୁଡିକ ଭାରତୀୟ ଗ୍ରହକଙ୍କ ଅତି ପ୍ରିୟ ବା ବେଶ ଆଦୃତ । ମଣିଷ ପାଇଁ ଯଦି ଏହା ପ୍ରକୃତରେ କ୍ଷତିକାରକ ତାହେଲେ ଏସବୁର ପ୍ରଚଳନ ଉପରେ କଡା ନିଷେଧାଦେଶ କାହିଁକି ଲାଗୁ କରାଯାଉ ନାହିଁ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟ ଅତୀତରେ ମେଗିକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

ମେଗିକୁ କିଛି ମାସ ପାଇଁ ବ୍ୟାନ କରାଗଲା ସତ । କିନ୍ତୁ ଲାବ୍ରୋଟରୀର ସାର୍ଟିଫିକେଟ ଆଧାରରେ ପୁମି ତାର ଅବାଧ ପ୍ରଚଳନ ଚାଲିଲା । କେବଳ ମେଗି ନୁହେଁ ଏଭଳି ବହୁ ଜନିଷ ପରୀକ୍ଷାଗାର ଦ୍ବାରା କ୍ଷତିକାରୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଭାରତରେ ତାର ପ୍ରଚଳନ ଅବାଧ ବାବେ ଚାଲିଛି । ଅନ୍ୟକଥା ଛାଡିଦିଆଯାଉ , ଜୀବନକୁ ରକ୍ଷା କରୁଥିବା ଔଷଧ ମଧ୍ୟରୁ ବହୁ ଔଷଧ ଏମିତି ଅଛି ଯାହା ଶରୀରକୁ ଆରୋଗ୍ୟ କରିବା ବଦଳରେ ଜୀବନ ନେଲାଭଳି କ୍ଷତି କରିଥାଏ । କିନ୍ତୁ ସେଗୁଡିକ ବଜାରରେ ଖୋଲାଖୋଲି ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ସଚେତନତାର ଅଭାବ ହେଉ କି ଅତ୍ୟଧିକ ଆକର୍ଷଣ କାରଣରୁ ଗ୍ରାହକ ମଧ୍ୟ ତାହା କିଣୁଛନ୍ତି । ଆସନ୍ତୁ ପ୍ରଥମେ ନଜର ପକାଇବା କିଛି ଔଷଧ ଉପରେ , ଯାହା ବିଦେଶରେ ନିଷେଧ କିନ୍ତୁ ଭାରତରେ ବହୁଳ ବାବେ ବ୍ୟବହାର ହେଉଛି ।

ଏଭଳି ଔଷଧ ତାଲିକା ବହୁତ ଲମ୍ବା। ହେଲେ ଏହି ଔଷଧକୁ ବ୍ୟବହାର କରିବା ନିଷେଧ। ଏହି ଔଷଧ ଶରୀରକୁ ଠିକ କରିବା ବଦଳରେ ବେଶୀ କ୍ଷତି ପହଞ୍ଚାଇଥାଏ । ସେଗୁଡିକ ହେଲା ଜିସପ୍ରିନ, ନୋଭାଲଜିନ, ଡି-କୋଲଡ୍, ଏଣ୍ଟୋରକ୍ଲାଇନ,ଫ୍ୟୁରୋକ୍ସୋନ,ନିମୁଲିଡ୍, ଏନଲାଇନ( ପେନକିଲର) ଓ ସିଏସପ୍ରାଇଡ ଏହି ଔଷଧଗୁଡ଼ିକୁ ଭାରତରେ ବହୁମାତ୍ରାରେ ବ୍ୟବହାର କରାଯାଇଥାଏ। ତେବେ ଏହିସବୁ ଔଷଧକୁ ଆମେରିକା ଆଦି ପରରାଷ୍ଟ୍ର ନିଷେଧ କରିଛନ୍ତି ।

ଡିସ୍ପ୍ରିନ୍( ପେନକିଲର)

ଏହି ମେଡିସିନ ଶରୀର ଯନ୍ତ୍ରଣା ଦୂର କରିବା ପାଇଁ ସେବନ କରାଯାଇଥାଏ। କିନ୍ତୁ ୨୦୦୨ରେ ଆମେରିକା ଡ୍ରଗ୍ସ ସେପ୍ଟି ବଡି ଦ୍ବାରା ଡିସ୍ପ୍ରିନ ମେଡିସିନକୁ ୧୬ ବର୍ଷରୁ କମ୍ ବୟସ ପିଲାମାନଙ୍କ ପାଇଁ ନିଷେଧ କରାଯାଇଥିଲା। ଏହି ମେଡିସିନ ଖାଇବା ଦ୍ବାରା ଛୋଟପିଲାଙ୍କ କ୍ଷେତ୍ରରେ ସାଇଡ ଇଫେକ୍ଟସ ଦେଖାଯାଇଥାଏ। ଯାହାଫଳରେ ସିଧାସଳଖ ଶରୀର ଲିଭର ଓ ମସ୍ତିଷ୍କ ଉପରେ ପଡିଥାଏ। ଏଥିପାଇଁ ବହୁ ଦେଶ ଡାଏସ୍ପ୍ରିନ ଉପରେ କଟକଣା ଜାରି କରିଛନ୍ତି। ହେଲେ ଭାରତୀୟ ଲୋକମାନେ ଯନ୍ତ୍ରଣା ଦୂର କରିବା ପାଇଁ ଏହି ମେଡିସିନକୁ ସେବନ କରୁଛନ୍ତି।

ଲାଇଫବୟ ସାବୁନ

ଭାରତରେ ଲାଇଫବୟ ସାବୁନର ବ୍ୟବହାର ଓ ଚାହିଦା ବହୁତ ରହିଛି। କିଛି ବର୍ଷ ତଳେ ଆମେରିକୀୟ ବିଶେଷଜ୍ଞମାନେ ଏହି ସାବୁନ ଉପରେ ରୋକ୍ ଲଗାଇଥିଲେ। ଏହି ସାବୁନକୁ ପରୀକ୍ଷା କରିବା ପରେ ଆମେରିକା ବିଶେଷଜ୍ଞଙ୍କ ମତ ଦେଇଥିଲେ, ମଣିଷର ଚର୍ମ ପାଇଁ ଏହି ସାବୁନ ଆଦୌ ଠିକ୍ ନୁହେଁ। ଏଥିସହ ଆମେରିକାର ଖାଦ୍ୟ ଓ ଡ୍ରଗ୍ସର ପ୍ରଶାସନିକ ଅଧିକାରୀ କହିଛନ୍ତି, ଏହି ସାବୁନ ମଣିଷ ଚର୍ମ ପାଇଁ ଭଲ ବୋଲି ପ୍ରମାଣ କରିବାରେ ଲାଇଫବୟ ସାବୁନର ନିର୍ମାତା ବିଫଳ ହୋଇଛନ୍ତି।

ହଳଦୀରାମ ପ୍ରଡକ୍ଟସ୍

ଭାରତରେ ଥିବା ପ୍ରମୁଖ ମିଠା ଓ  ସ୍ନାକ୍ସ ଉତ୍ପାଦନର ନିର୍ମାତା ହଳଦୀରାମ ଉପରେ ୨୦୧୬ରେ ଆମେରିକାର ଖାଦ୍ୟ ଓ ଔଷଧି ପ୍ରଶାସନ ରୋକ୍ ଲଗାଇଥିଲା। ହଳଦୀରାମ ଦ୍ବାରା ଉତ୍ପାଦନ ବିସ୍କୁଟ, ସ୍ନାକ୍ସ ଓ ଅନ୍ୟ ଜିନିଷ ପରୀକ୍ଷା ପରେ ଆମେରିକା ଏଭଳି ନିଷ୍ପତ୍ତି ଦନେଇଥିଲା। କିନ୍ତୁ ଭାରତୀୟ ଲୋକମାନେ ଏହି ହଳଦୀରାମ ପ୍ରଡକ୍ଟ ବହୁ ମାତ୍ରାରେ ବ୍ୟବହାର କରିଥାନ୍ତି।

   Related Posts