ମହିଳାଙ୍କ ରହସ୍ୟଜନକ ମୃତ୍ୟୁ, ହତ୍ୟା ସନ୍ଦେହ

Published By : Prameya-News7 Bureau | August 07, 2020 IST

ବାଲିପାଟଣା, ୦୭|୦୮:  ଖୋର୍ଦ୍ଧା ଜିଲ୍ଲା ବାଳକାଟି ଫାଣ୍ଡି ବସନ୍ତପେଡ଼ି ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି ।  ମହିଳାଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଥିବା  ସନ୍ଦେହ କରାଯାଉଛି । ପୋଲିସ ମହିଳାଙ୍କ ସ୍ଵାମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ମୃତ ମହିଳା ହେଉଛନ୍ତି ବାଳକାଟି ବସନ୍ତପେଡ଼ି ଗ୍ରାମରେ ଭଡାରେ ରହୁଥିବା କୁନି ସାହୁ । ମହିଳାଙ୍କ ପଛ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ସ୍ଵାମୀ ସୁରେନ୍ଦ୍ର ସାହୁ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ଅନେକ ଥର ସ୍ଵାମୀ-ସ୍ତ୍ରୀ ମଧ୍ୟରେ କଳିଝଗଡ଼ା ଲାଗେ । ଘର ସିଡିରୁ ପଡ଼ି ମହିଳା ମୃତ୍ୟୁ ହୋଇଥିବା କରିଥିବା ପରିବାର ଲୋକ କହୁଛନ୍ତି । ଘଟଣା ସ୍ଥଳରେ ପୋଲିସ ତଦନ୍ତ କରିଛି । ମୃତଦେହ ବ୍ୟବଛେଦ ପାଇଁ କ୍ୟାପିଟାଲ୍ ହସପିଟାଲ୍ ପଠାଇଛି  ।  ବ୍ୟବଛେଦ ପରେ ପ୍ରକୃତ ସତ୍ୟାସତ୍ୟ ଆସିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.