ଅଦ୍ଭୁତ ଶିଶୁର ମୃତ୍ୟୁ, ଆଖି-ଓଠ ଖୋଲା, ଜିଭ ଲମ୍ବା... ଭୟଙ୍କର ଚେହେରା ନେଇ ଜନ୍ମ ହୋଇଥିଲା

Published By : Prameya-News7 Bureau | April 25, 2021 IST

ସାନଖେମୁଣ୍ଡି, ୨୫/୦୪: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଗତ ୨୧ ତାରିଖ ଅପରାହ୍ନ ସାଢ଼େ ଦୁଇଟାରେ ଗୋଟିଏ ଅଦ୍ଭୁତଶିଶୁ ଜନ୍ମ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚର୍ଚ୍ଚା ସୃଷ୍ଟି କରିଥିବା ଏହି ଜନ୍ମିତ ଶିଶୁ  ସାଧାରଣ ଶିଶୁ ଠାରୁ ସମ୍ପୂର୍ଣ୍ଣ ଅଲଗା ରହିଥିଲା ।

ଅଦ୍ଭୁତ ଶିଶୁଟିକୁ ବଡ଼ ମେଡିକାଲର ଶିଶୁ ବିଭାଗ ଏସଏନସିୟୁରେ ଚିକିତ୍ସା କରାଯାଉଥିଲା ବେଳେ ଶନିବାର ବାପା-ମାଆ ନିଜ ଘରକୁ ନେବାକୁ ଅନୁରୋଧ କରି ନିଜ ଗ୍ରାମ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡ଼ାକୁ ଆଣିଥିଲେ । ହେଲେ ନିଜ ଘରେ ଶିଶୁଟିକୁ କିଭଳି ରଖିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପଟିଗୁଡାର ସିମାଞ୍ଚଳ ବିଶୋଇ ଓ ଲକ୍ଷ୍ମୀ ବିଶୋଇଙ୍କ ଏହି ଜନ୍ମିତ ଶିଶୁଟି ଆଜି ଅପରାହ୍ନ ୪ଟାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

{"id":444155,"sizeSlug":"large","linkDestination":"none"}

ସୂଚନାପ୍ରକାରେ ଶିଶୁଟିର ଆଖି ଓଠ ଖୋଲା, ଜିଭ ଲମ୍ବା, ପାଟି ବଡ଼ ଥିବାବେଳେ ଭୟଙ୍କର ଚେହେରା ଥିବା ଅଦ୍ଭୁତ ଶିଶୁଟିକୁ ଡାକ୍ତରମାନେ ଚିକିତ୍ସା କରିଥିବା ବେଳେ ଶିଶୁଟିର ବଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ମାତ୍ର ୪ଦିନର ଆୟୁଷ ଲଭି ଶିଶୁଟି ପରଲୋକ ଯିବା ସହ ସବୁ ଆଶଙ୍କାର ଅବସାନ ହୋଇଛି । ଏନେଇ ଆମେ ସାନଖେମୁଣ୍ଡି ସିଡିପିଓ ଅର୍ଚ୍ଚନା କଆରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଦ୍ଭୁତ ଶିଶୁଟି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଜନ୍ମିତ ହୋଇ ICU ରହିଥିଲା । ତାକୁ ମେଡ଼ିକାଲରେ ମାତ୍ରାଧିକ ଚିକିତ୍ସାର ଆବଶ୍ୟକତା ଥିଲା । ପରିବାର ନିଜ ଗାଁକୁ ଆଣିବା ସମୟରେ ନିଜ ଘରେ ପହଞ୍ଚିନଥିବା ବେଳେ ମୃତୁ ବରଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.