ଜଗତସିଂହପୁର୨୨/୫: ତିର୍ତ୍ତୋଲ ବ୍ଲକ ଗରମ ପଞ୍ଚାୟତରେ ଅଘଟଣ ଘଟିଛି। କ୍ବାରେଣ୍ଟାଇନ୍ ସେଣ୍ଟର ଜଗୁଆଳି ଦାୟିତ୍ବରେ ଥିବା ଜଣେ ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭଗବତୀ ହାଇସ୍କୁଲ କ୍ବାରେଣ୍ଟାଇନ ସେଣ୍ଟରର ଏହି ବ୍ୟକ୍ତି ଜଗୁଆଳି ଦାୟିତ୍ବରେ ଥିଲେ। ମୃତକ ହେଲେ ଗରାମ ଗାଁର ଧର୍ମାନନ୍ଦ ପାଳ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ବୃଦ୍ଧଙ୍କ ମୃତ୍ୟୁ କେମିିତି ହେଲା, ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୁସ୍ଥ ଥିବା ଲୋକର ରାତି କେମିତି ମୃତ୍ୟୁ ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୋଳତାଡ଼ ଲାଗି ରହିଛି।
ସୋନପୁର ସମାବେଶ ପରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ...