Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

‘ଡେଥ୍‌ ଅଫ୍‌ ଗାଲାକ୍ସି’: ପ୍ରଥମ ଥର ମରୁଥିବା ‘ଆକାଶଗଙ୍ଗା’କୁ ଦେଖିପାରିଛନ୍ତି ବୈଜ୍ଞାନିକ, ଜାଣନ୍ତୁ ଏମିତି କାହିଁକି ହୁଏ ?

13/01/2021 at 3:52 PM

ଲଣ୍ଡନ ୧୩/୦୧: ଅନ୍ତରିକ୍ଷରେ ଅବସ୍ଥିତ ଆକାଶଗଙ୍ଗାର ବି ମୃତ୍ୟୁ ହୁଏ ! ଏକ ନିଶ୍ଚିତ ସମୟ ପରେ ଆକାଶଗଙ୍ଗାର ମୃତ୍ୟୁ ହେଉଥିବା ବେଳେ ଏହାକୁ କେବେ ଦେଖିନଥିଲେ ମହାକାଶବିଜ୍ଞାନୀ । ପ୍ରଥମ ଥର ପାଇଁ ଏକ ଆକାଶଗଙ୍ଗା ଧିରେଧିରେ ମୃତ୍ୟୁ ଆଡ଼କୁ ଯାଉଥିବା ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏମିତି ପ୍ରଥମ ଥର ହୋଇଛି ଯେ ଗୋଟିଏ ଆକାଶଗଙ୍ଗାର ମୃତ୍ୟୁକୁ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି।

ଅଟାକାମା ଲାର୍ଜ ମିଲିମିଟର/ ସବମିଲିମିଟର ଏରେ (ଏଏଲଏମଏ) ଟେଲିସ୍କୋପ୍‌ ମାଧ୍ୟମରେ ଏହି ଆକାଶଗଙ୍ଗାକୁ ଦେଖାଯାଇଛି। ଏହା ପୃଥିବୀ ଠାରୁ ୯ ବିଲିୟନ ଆଲୋକବର୍ଷ ଦୂରତାରେ ଅବସ୍ଥିତ। ତେବେ ଏହି ଆକାଶଗଙ୍ଗା ଧିରେଧିରେ ମୃତ୍ୟୁ ଆଡ଼କୁ ମୁହାଁଉଥିବା ଜଣାପଡ଼ିଛି। ନୂଆ ତାରା ସୃଷ୍ଟି କରୁଥବା ଅଧାରୁ ଅଧିକ ଗ୍ୟାସ ହରାଇସାରିଲାଣି ଆକାଶଗଙ୍ଗା। ଏଥିରେ ଥିବା ଇନ୍ଧନ ବି ଧିରେ ଧିରେ ସରି ସରି ଯାଉଛି। ଆକାଶଗଙ୍ଗାର ନାଁ ID2299  ବୋଲି ବୈଜ୍ଞାନିକମାନେ ନାମକରଣ କରିଛନ୍ତି।

ତେବେ ଆକାଶଗଙ୍ଗାର ମୃତ୍ୟୁ କେମିତି ହୁଏ ତାହା ବି ଜାଣିବା ଜରୁରୀ। ଯେତେବେଳେ କୌଣସି ଆକାଶଗଙ୍ଗାରେ ନୂଆ ତାରା ନିର୍ମାଣ ଠପ ହୋଇଯାଏ କିମ୍ବା ତାରା ତିଆରି କରୁଥିବା ଗ୍ୟାସ୍‌ ଓ ଇନ୍ଧନ ଶେଷ ହୋଇଯାଏ ତେବେ ଆକାଶଗଙ୍ଗାର ମୃତ୍ୟୁ ହୋଇଥାଏ। ମିଳିଥିବା ରିପୋର୍ଟ ଅନୁସାରେ ଆକାଶଗଙ୍ଗା ID 2299 ପ୍ରତିବର୍ଷ ୧୦,୦୦୦ ସୂର୍ଯ୍ୟ ତିଆରି କରିବାକୁ ଆବଶ୍ୟକ ପଡ଼ୁଥିବା ସାମଗ୍ରୀକୁ ଥଣ୍ଡା ଗ୍ୟାସ୍‌ରେ ପରିଣତ କରୁଥିବା ଦେଖିବାକୁ ମିଳିଛି। ଏବେ ସୁଦ୍ଧା ଆକାଶଗଙ୍ଗା ଥଣ୍ଡା ଗ୍ୟାସ୍‌ର ୪୬ ପ୍ରତିଶତ ଭାଗ ହରାଇସାରିଛି।

ବ୍ରି​‌ଟେନ ଓ ଫ୍ରାନ୍ସର ନ୍ୟୁକ୍ଲିୟର ରିସର୍ଚ୍ଚ ସେଣ୍ଟରର ପ୍ରମୁଖ ଗବେଷକ କହିଛନ୍ତି, ପ୍ରଥମ ଥର ବିଶାଳ ତାରା ତିଆରି କରୁଥିବା ଆକାଶଗଙ୍ଗାର ମୃତ୍ୟୁକୁ ଦେଖିବାକୁ ପାଇଛୁ। ଆମେ ଏହି ଆକାଶଗଙ୍ଗା ସମ୍ପର୍କରେ ଅଧିକ ଗବେଷଣା କରୁଛୁ। ତେବେ ଆକାଶଗଙ୍ଗା ଏବେ ବି ତାରା ତିଆରି କରୁଛି। ଏହି ତାରା ପାଇଁ ବାକି ଥିବା ଇନ୍ଧନ ଏବେ ଧିରେ ଧିରେ ସରିଯିବ। ପରେ ଆକାଶଗଙ୍ଗାର ମୃତ୍ୟୁ ହୋଇଯିବ ବୋଲି ଜଣାପଡ଼ିଛି।

   Related Posts