Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଇଫିଏଫ୍ ସଦସ୍ୟଙ୍କ ଅଚାନକ ମୃତ୍ୟୁରେ ନମିନିଙ୍କୁ ମିଳିବ ୭ ଲକ୍ଷ ଟଙ୍କା, ନିୟମରେ ପରିବର୍ତନ ଆଣୁଛନ୍ତି ସରକାର

9/09/2020 at 3:04 PM

ନୂଆଦିଲ୍ଲୀ ୦୯/୦୯: କରୋନା କାଳରେ ଦେଶର ୪.୫ କୋଟି ଲୋକଙ୍କ ପାଇଁ ଆସିଛି ଖୁସି ଖବର। ଏଣିକି ଯେକୌଣସି ଇଫିଏଫ୍ ସଦସ୍ୟଙ୍କ ଅଚାନକ ମୃତ୍ୟୁରେ ନମିନିଙ୍କୁ ଇନସ୍ୟୁରାନ୍ସ ବା ବୀମାର ୭ ଲକ୍ଷ ଟଙ୍କା ମିଳିବ। ଏବେ ସୁଦ୍ଧା ଲୋକଙ୍କୁ ୬ ଲକ୍ଷ ଟଙ୍କା ଦିଆଯାଉଥିଲା। ଇଫିଏଫର ପେନସନ ଇଡିଏଲଆଇ କମିଟି ଏହାକୁ ମଞ୍ଜୁରି ଦେଇଛି। ଏହା ସହ ପେନସନ୍ ସ୍କିମ୍ ୧୯୯୫ ପରିବର୍ତେ ନୂଆ ସ୍କିମ୍ ଆଣିବା ଯୋଜନା ଆରମ୍ଭ ହୋଇଛି।

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଅଂଶଧାରକଙ୍କୁ ଦେହ ଖରାପ, ଦୁର୍ଘଟଣା, ଅଚାନକ ବା ସୌଭାବିକ ମୃତ୍ୟୁରେ ୧୯୭୬ରୁ ଏମ୍ଲଇଜ୍ ଡିପୋଜିଟ୍ ଲିଙ୍କଡ ଇନସ୍ୟୁରାନ୍ସ ସ୍କିମ୍ ଆାରମ୍ଭ ହୋଇଛି। ଏବେ ନୂଆ ଫଇସଲାକୁ ମଞ୍ଜୁରି ମିଳିଛି ଓ ହାଇ ପାଓ୍ବର କମିଟି ଗଠିତ କରାଯାଇଛି। ଆଜି ଔପଚାରିକ ମୋହର ସିବିଟି ବୈଠକରେ ଲାଗିବ। ନ୍ୟୁନତମ ଧନରାଶି ଦେଢ଼ଲକ୍ଷ ଟଙ୍କା ରହିବ। ଏନପିଏସ୍ ଦ୍ବାରା ପିଏଫ ସଦସ୍ୟଙ୍କ ଲାଗି ନୂଆ ପେନସନ୍ ସ୍କିମ୍ ଅଣାଯାଇଛି। ଏନେଇ ବୋର୍ଡ ସଦସ୍ୟଙ୍କୁ ଏଜେଣ୍ଡା ଦିଆଯାଇଛି ଓ ଏହାର ପ୍ରାବଧାନ ସମ୍ବନ୍ଧରେ ସ୍ପଷ୍ଟ କରାଯାଇ ନାହିଁ। ଏଥିପାଇଁ ଗତ ସୋମବାରକୁ ହୋଇଥିବା ପେନସନ ଇଇଏଲଆଇ କମିଟି ସବୁ ସଦସ୍ୟ ବିରୋଧ କଲେ। ସଦସ୍ୟମାନେ ବୈଠକରେ ପ୍ରଶ୍ନ କରିଥିଲେ ବିନା ଦାବିରେ ନୂଆ ପେନସନ ସ୍କିମ୍ ଆଣିବା ଅର୍ଥ କ’ଣ? ପୁଣି ଇଫିଏଫ ସ୍କିମ୍ ନୂଆ ପେନ୍‌ସନ ସ୍କିମ ଉପରେ ଆସୁଛି। ସଦସ୍ୟ ଇଫଏଫର ପେନସନ ସ୍କିମ ୧୯୯୫କୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଅଂଶଧାରକଙ୍କ ଅଚାନକ ମୃତ୍ୟୁରେ ନମିନି ବିମା ରାଶି ପାଇଁ ଫର୍ମ-୫ ପୂରଣ କରି କ୍ଲେମ୍ କରିପାରିବେ। ନମିନି ଯଦି ମାଇନର ତେବେ ତାଙ୍କ ତରଫରୁ ଗାର୍ଡିଏନ୍ କ୍ଳେମ୍ କରିବା ସୁବିଧା ରହିଛି। ଏ ପାଇଁ ଇନସ୍ୟୁରାନ୍ସ କମ୍ପାନିଙ୍କୁ ଡେଥ୍ ସାର୍ଟିଫିକେଟ୍, ସେକସନ ସାର୍ଟିଫିକେଟ୍ ଓ ବ୍ୟାଙ୍କ ଷ୍ଟେଟମେଣ୍ଟ ଦେବାକୁ ହେବ। କ୍ଲେମର ୩୦ ଦିନରେ ନ ମିଳିଲେ ନିମିନିକୁ ୧୨ପ୍ରତିଶତ ଇଣ୍ଟରେଷ୍ଟ ଅତିରିକ୍ତ ମିଳିବ।

   Related Posts