Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସ୍ବାମୀ- ସ୍ତ୍ରୀ ରାତିରେ ଶୋଇଥିଲେ ଏକାଠି, କୁଲରରୁ କରେଣ୍ଟ ଲାଗି ଉଭୟଙ୍କ ମୃତ୍ୟୁ

16/05/2019 at 5:46 PM

ଅଲିଗଡ଼ ୧୬/୫: ସିଭିଲ୍ ଲାଇନ୍ ଅଞ୍ଚଳର ହମଦର୍ଦ ନଗରରେ ଗତ ମଙ୍ଗଳବାର ରାତିରେ ନିଜ ରୁମରେ ଶୋଇଥିବାବେଳେ କୁଲରରେ କରେଣ୍ଟ ଆସିବାରୁ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଶୋଇବାବେଳେ ସ୍ବାମୀଙ୍କ ଗୋଡ଼ କୁଲରରେ ଲାଗିଯାଇଥିଲା,ଯାହା ଦ୍ବାରା ସାଥିରେ ଶୋଇଥିବା ସ୍ତ୍ରୀଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା।

ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହି ରୁମରେ ଶୋଇଥିବା ତାଙ୍କର ଦେଢ଼ ମାସର ଝିଅର କାନ୍ଦଣା ଶବ୍ଦ ଶୁଣି ସକାଳେ ପଡ଼ୋଶୀ ଘରେ ରହୁଥିବା ଲୋକେ କବାଟ ଭାଙ୍ଗିବାରୁ ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା। ଦେଢ଼ ମାସର ଝିଅଟି ଅନାଥ ହୋଇଯାଇଥିଲା। ପୋଲିସ୍ ପୋଷ୍ଟମର୍ଟମ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଛନ୍ତି।

ସିଭିଲ୍ ଲାଇନ୍,ହମଦର୍ଦ ନଗରରେ ରହୁଥିବା ସଲମାନ(୨୨) ଏକ ପ୍ୟାଥୋଲାବ୍ ଚଲାଉଥିଲେ। ସେ ଗତ ମଙ୍ଗଳବାର ପତ୍ନୀ ତବ୍ବସୁମ୍ ଏବଂ ଦେଢ଼ ମାସର ଝିଅକୁ ପତ୍ନୀଙ୍କ ବାପଘରୁ ନେଇ ଆସିଥିଲେ। ରାତିରେ ଦୁହେଁ ନିଜ ରୁମରେ ଶୋଇଥିଲେ। ତାଙ୍କ କୁନିଝିଅକୁ ଅଲଗା ବିଛଣାରେ ଶୁଆଇଥିଲେ। ଶୋଇବାବେଳେ ସ୍ବାମୀଙ୍କ ଗୋଡ଼ ପାଖରେ ରଖାଯାଇଥିବା କୁଲରରେ ଲାଗି ଯାଇଥିଲା। କୁଲରରେ କରେଣ୍ଟ ଆସିବାରୁ ସ୍ବାମୀ ସ୍ତ୍ରୀ ଉଭୟଙ୍କର ମୃତ୍ୟୁ ହୋଇଥିଲା।

ସକାଳେ ଭୋକରେ ଆତୁର ହୋଇ ତାଙ୍କ କୁନି ଝିଅ କାନ୍ଦିବାରୁ ପଡ଼ୋଶୀ କବାଟ ବାଡ଼େଇଥଲେ। କିନ୍ତୁ ଭିତରୁ କୈାଣସି ଶବ୍ଦ ଶୁଣାନଯିବାରୁ ସେମାନେ ଝରକା ବାଟେ କଣେଇ ଦେଖିଲେ ସ୍ବାମୀ ସ୍ତ୍ରୀ ଖଟରେ ପଡ଼ିଛନ୍ତି। ତାଙ୍କ ଶରୀର ନିଶ୍ଚଳ ରହିଥିଲା। ଏହାପରେ ପଡ଼ୋଶୀ କବାଟ ଭାଙ୍ଗିଥିଲେ। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ-ସ୍ତ୍ରୀଙ୍କୁ ମଲଖାନ୍ ସିଂହ ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିଲେ।

ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଥିଲେ। ଡାକ୍ତରଙ୍କ କହିବାନୁସାରେ ଉଭୟଙ୍କ ମୃତ୍ୟୁ କେତେ ଘଣ୍ଟା ପୂର୍ବରୁ ବିଜୁଳି କରେଣ୍ଟରେ ହୋଇଯାଇଥିଲା। ଘଟଣା ପରେ ପରିବାରରେ ଶୋକର ଲହରୀ ଖେଳିଯାଇଛି।

ମୃତକ ସଲମାନଙ୍କ ଭାଇ ବାବିଙ୍କ କହିବାନୁସାରେ ୪୦ଦିନ ପୂର୍ବରୁ ତବ୍ବସୁମଙ୍କ କୁନିଝିଅ ଜନ୍ମ ହୋଇଥିଲା। ତବ୍ବସୁମ୍ ନିଜ ଝିଅର ଷଷ୍ଠୀ ବିଧି ପାଇଁ ବାପଘରକୁ ଯାଇଥିଲେ। ପରିବାର ଲୋକେ ବହୁତ ଖୁସି ଥିଲେ। ନିରୀହ ନିଷ୍ପାପ ଶିଶୁଟି ନିଜ ବାପା ମାଆଙ୍କୁ ମଧ୍ୟ ଭଲ ଭାବେ ଆଖି ଖୋଲି ଦେଖିନଥିଲା। ଏହା ପୂର୍ବରୁ ସେ ଅନାଥ ହୋଇଯାଇଥିଲା।

   Related Posts