କନୌଜର କଳାରାତିର ଯାତ୍ରା ମୃତ୍ୟୁର- ଦେଖନ୍ତୁ କିପରି ଥିଲା ଭୟଙ୍କର

Published By : Prameya-News7 Bureau | January 11, 2020 IST

କନୌଜ ୧୧।୦୧ - କଳା ରାତିରେ ମୃତ୍ୟୁର ଯାତ୍ରା । ବସ୍‌ ସହ ଜଳି ଗଲେ ଅନେକ ଯାତ୍ରୀ । କାହାର ବି ପରିଚୟ ମିଳୁନି ।

ଭୟଙ୍କର ଭାବେ ଜଳିଯାଇଛି ସମସ୍ତ ଶରୀର । ଚିହ୍ନିବା ତ ଦୂରର କଥା ମୃତ ଦେହ ପୁରୁଷ କି ନାରୀଙ୍କର କହିବା କଷ୍ଟ ।

{"id":209892,"sizeSlug":"large"}

ଡିଏନ୍‌ଏ ପରୀକ୍ଷାପରେ ମଳିପାରିବ ମୃତକମାନଙ୍କର ପରିଚୟ । ଏପରି ଭୟଙ୍କର ଘଟଣା ଉତ୍ତରପ୍ରଦେଶର କନୌଜ ସହରରେ ଘଟିଯାଇଛି ।

{"id":209893,"sizeSlug":"large"}

ବସ୍‌ ସହ ରାତିରେ ଧକ୍କା ହୋଇଥିଲା ଟ୍ରକର । ଘଟଣାସ୍ଥଳରେ ଦୁଇଟି ଯାକ ଗାଡି ହୁତ୍‌ ହୁତ୍‌ ହୋଇ ଜଳିଯାଇଥିଲା ।

{"id":209894,"sizeSlug":"large"}

ବସ୍‌ର ଏହି ଯାତ୍ରା ଅନେକଙ୍କ ପାଇଁ ପାଲଟି ଯାଇଥିଲା ଶେଷ ଯାତ୍ରା । ବସ୍‌ଟି କନୌଜରୁ ଗୁରୁ,ସହାୟଗଞ୍ଜ ଯାଉଥିଲା । ଏଥିରେ ୪୩ ଜଣ ଯାତ୍ରୀ ଥିବା କଥା କନୌଜ ଜିଲ୍ଲାପାଳ ରବୀନ୍ଦ୍ର କହିଛନ୍ତି । ଦୁର୍ଘଟଣାପରେ ବସ୍‌ରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଯାତ୍ରୀମାନେ ବସ୍‌ରୁ ବାହାରି ପାରିନଥିଲେ ।

{"id":209895,"sizeSlug":"large"}

ଶୁକ୍ରବାର ରାତି ୯ଟା୩୦ରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବସ୍‌ରେ ୬୦ରୁ ଅଧିକ ଲୋକ ରହିଥିଲେ ୧୦ରୁ ୧୨ ଜଣ ବାହାରି ପଡିଥିବା ବେଳେ ଅନ୍ୟମାନେ ଫସିଯାଇଥିବା ଲୋକମାନେ କହିଛନ୍ତି ।

{"id":209896,"sizeSlug":"large"}

ଏବେ ବିଭିନ୍ନ ଡାକ୍ତରଖାନାରେ ୨୫ ଜଣଙ୍କର ଚିକିତ୍ସା ଚାଲିଥିବା କଥା କାନପୁର ରେଞ୍ଜର ଆଇଜି ମୋହିତ ଅଗ୍ରଓ୍ୱାଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.