ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | November 02, 2019 IST

ସୋର ୨।୧୧:  ସୋରରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ସୁବ୍ରତ ପରିଡା । ଯୁବକ ଜଣଙ୍କ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ ।

ସୂଚନାଯୋଗ୍ୟ ଯେ,  ଶୁକ୍ରବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ଯୁବକ ସୁବ୍ରତ ପରିଡା ବାଲେଶ୍ବର ଜିଲ୍ଲା ସୋର ଅନନ୍ତପୁରରୁ ବାଇକ୍ ଯୋଗେ ଫେରୁଥିଲେ । ୧୬ନଂ ଜାତୀୟ ରାଜପଥ ନାୟକବନ୍ଧ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଡାକ୍ତର ସୁବ୍ରତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.