ସବ୍-ଜେଲରେ ବିଚାରଧୀନ କଏଦୀ ମୃତ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 15, 2019 IST

ସାନଖେମୁଣ୍ଡି ୧୫।୧୧: ଗଂଜାମ ଜିଲ୍ଲା ଅ।ସିକା ସବ୍-ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ଧରାକୋଟ ଥାନା ବାଦଗଡ ଗାଁର ଡାକ ସାହୁ ବୋଲି ଜଣାପଡିଛି ।

{"id":184433,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକିଛି  ଦିନ ତଳେ ବାଦଗଡ ଗାଁର ବହୁ ଚର୍ଚ୍ଚିତ ବାବୁ ପ୍ରଧାନ ହତ୍ୟା ଘଟଣାରେ ଡାକ ସାହୁ ଗିରଫ କରାଯାଇ ଆସିକା ସବ୍-ଜେଲରେ ରଖାଯାଇଥିଲା। ଆଜି ଜେଲରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିବା ଖବର ପାଇ ଜେଲ ପ୍ରଶାସନ ଅ।ସିକା ମେଡିକାଲର ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ,  ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.