ସେଲଫି ନେଉଛି ଜୀବନ: ୫ ବର୍ଷରେ ମୃତ୍ୟୁ ସଂଖ୍ୟା ୨୫୯, ଭାରତରେ ସର୍ବାଧିକ

Published By : Prameya-News7 Bureau | June 28, 2019 IST

ଆଜିଠୁ ୫ ବର୍ଷ ପୂର୍ବରୁ ନା ସ୍ମାର୍ଟ ଫୋନର କ୍ରେଜ ଥିଲା ନା ସେଲଫି ଥିଲା । ସ୍ମାର୍ଟ ଫୋନ ଆରମ୍ଭ ହେବ ପରେ ଲୋକେ କେବଳ ଇଣ୍ଟରନେଟ ବ୍ୟବହାର କରୁଥିଲେ ଏବଂ ଭିଡିଓ ଦେଖୁଥିଲେ । ଧୀରେ ଧୀରେ ଫୋନର କ୍ୟାମେରା କ୍ୱାଲିଟି ବଢ଼ିଲା । ଏହାପରେ ସ୍ମାର୍ଟ ଫୋନରେ ଫ୍ରଣ୍ଟ କ୍ୟାମେରା ଆସିଲା । ଫ୍ରଣ୍ଟ କ୍ୟାମେରା ଆସିବା ପରେ ଲୋକେ ସେଲଫି ନେବା ଆରମ୍ଭ କରିଥିଲେ । ଧୀରେ ଧୀରେ ସେଲଫି ପ୍ରତି ଲୋକଙ୍କ ଦୁର୍ବଳତା ବଢ଼ିବାରେ ଲାଗିଲା । ଏବେ ଫୋନରେ ୩୨ ମେଗା ପିକ୍ସେଲ ଯୁକ୍ତ କ୍ୟାମେରା ମିଳିଲାନି । କିନ୍ତୁ ଏକ ସାଧାରଣ ଡିଜିଟାଲ କ୍ୟାମେରାରେ ୧୬ ମେଗା ପିକ୍ସେଲ କ୍ୟାମେରା ରହିଥାଏ । ୫ ବର୍ଷ ମଧ୍ୟରେ ସ୍ମାର୍ଟ ଫୋନ ବଜାର ଏତେ ଦ୍ରୁତ ଗତିରେ ବଢି ଚାଲିଲା ଯେ ସେଲଫି ଚକ୍କରରେ ଲୋକେ ପ୍ରାଣ ହରାଉଛନ୍ତି ।

{"id":128105}

ଇଣ୍ଡିଆ ଜର୍ଣ୍ଣାଲ ଅଫ ଫ୍ୟାମିଲି ମେଡ଼ିସିନ ଆଣ୍ଡ ପ୍ରାଇମେରୀ କେୟାର ଏକ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ସେ ଦାବି କରିଛନ୍ତି ଯେ, ୨୦୧୧ ମସିହାରୁ ୨୦୧୭ ମସିହା ମଧ୍ୟରେ ୨୫୯ ଲୋକ ସେଲଫି ଚକ୍କରରେ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ପ୍ରତି ବର୍ଷ ବଢି ବଢି ଚାଲିଛି । ସେଲଫି ଚକ୍କରରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛି ଭାରତ । ସାରା ଦୁନିଆରେ ୨୫୯ ପ୍ରାଣ ହରାଇଥିବା ବେଳେ କେବଳ ଭାରତରେ ୧୫୯ ଜଣ ପ୍ରାଣ ହରାଇଛନ୍ତି । ଋଷରେ ୧୬ ଏବଂ ପାକିସ୍ତାନରେ ୧୪ ଜଣ ପ୍ରାଣ ହରାଇଛନ୍ତି ।

{"id":128106}

ସେଲଫି କ୍ରେଜ ସେଲଫି ଷ୍ଟିକ ଆସିବା ପରେ ଅଧିକ ବଢ଼ିଲା । କାରଣ ଆଗରୁ ଲୋକେ ଦୂରରୁ କିମ୍ବା ଉଚ୍ଚରୁ ଠିକ ଭାବେ ଫଟୋ ନେଇପାରୁନଥିଲେ । କିନ୍ତୁ ସେଲଫି ଷ୍ଟିକ ଆସିବା ପରେ ଲୋକଙ୍କ ଏହି ସମସ୍ୟା ଦୂର ହୋଇଯାଇଥିଲା । ସେଲଫି ପାଇଁ ଲୋକେ ନିଜ ଜୀବନକୁ ମଧ୍ୟ ବାଜି ଲଗେଇ ଦେଉଛନ୍ତି । ରିପୋର୍ଟ ଅନୁଯାୟୀ, ୬ ବର୍ଷ ମଧ୍ୟରେ କେବଳ ସାର୍କ ମାଛ ଆକ୍ରମଣରେ ୫୦ ଲୋକଙ୍କ ମୃତ୍ୟୁ ହୋଇଛି ।

{"id":128107}

ରିପୋର୍ଟ ଅନୁଯାୟୀ, ସେଲଫି ନେବାରେ ମହିଳା ସବୁଠାରୁ ଆଗରେ । ସେଲଫି ନେବା ପାଇଁ ମହିଳାମାନେ ନିଜ ଜୀବନକୁ ବାଜି ଲଗାଇବାରେ ପଛାଉ ନାହାନ୍ତି । ଅପରପକ୍ଷରେ ଯୁବକମାନେ ମଧ୍ୟ ସେଲଫି ନେବାରେ ନିଜ ଜୀବନକୁ ବାଜି ଲଗେଇ ଦେଉଛନ୍ତି । ସେଲଫି ଯୋଗୁଁ ହେଉଥିବା ମୃତ୍ୟୁକୁ ୩ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା, ପାଣିରେ ବୁଡିଯିବା, ଦୁର୍ଘଟଣାଗ୍ରସ୍ତ ହେବା ଏବଂ ଉଚ୍ଚ ଜାଗାରୁ ସେଲଫି ନେବାବେଳେ ତଳେ ପଡିଯିବା । ସେଲଫି ଯୋଗୁଁ ହେଉଥିବା ମୃତ୍ୟୁକୁ ଦୃଷ୍ଟିରେ ରଖି ମୁମ୍ବାଇ, ଗୋଆ, ଦିଲ୍ଲୀ ଭଳି ସହରରେ ଅନେକ ସ୍ଥାନକୁ ନୋ ସେଲଫି ଜୋନ ଭାବେ ଘୋଷଣା କରାଯାଇଛି ।

{"id":128108,"width":575,"height":322}

ପଶୁପକ୍ଷୀଙ୍କ ସେଲଫି ନେବାବେଳେ ହୋଇଥିବା ମୃତ୍ୟୁ ସଂଖ୍ୟା - ୮

ପାଣିରେ ବୁଡି ପ୍ରାଣ ହରାଇଥିବା - ୭୦

ବିଜୁଳି ଆଘାତରେ ପ୍ରାଣ ହରାଇଥିବା - ୧୬

{"id":128109}

ଉଚ୍ଚ ସ୍ଥାନରୁ ପଡି ପ୍ରାଣ ହରାଇଥିବା - ୪୮

ନିଆଁରେ ପୋଡି - ୪୮

ଅନ୍ୟାନ୍ୟ କାରଣ - ୭

ଗାଡି ଚଳାଉଥିବା ବେଳେ ସେଲଫି ନେବା ଯୋଗୁଁ - ୫୧

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.