Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏଣିକି କୋଭିଡରେ ମୃତ୍ୟୁ ହେଲେ ଡେଥ୍‌ ସାର୍ଟିଫିକେଟରେ ଲେଖାଯିବ ‘କରୋନାରେ ମୃତ୍ୟୁ’, ନିର୍ଦେଶନାମା ଜାରିକଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

12/09/2021 at 10:12 AM

ନୂଆଦିଲ୍ଲୀ ୧୨/୦୯ : ଦେଶରେ କରୋନା ସଂକ୍ରମଣ ଜନୀତ ମୃତ୍ୟୁକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଇଣ୍ଡିଆନ୍‌ କାଉନସିଲ ଅଫଫ୍‌ ମେଡିକାଲ ରିସର୍ଚ୍ଚ (ICMR) ପକ୍ଷରୁ ରାଜ୍ୟ ସରକାରଗୁଡିକୁ ନିର୍ଦେଶନାମା ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ର ( ଡେଥ୍‌ ସାର୍ଟିଫିକେଟ୍‌)ରେ ‘କରୋନାରେ ମୃତ୍ୟୁ’ ଲେଖିବା ଜରୁରୀ ।

ଏହା ସହିତ ଯେଉଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇସାରିଛି ସେମାନଙ୍କ ପରିବାରେ ଲୋକେ ମଧ୍ୟ ନୂଆ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ । ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ । ଏହି କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂଆ କୋଭିଡ୍‌ ମୃତ୍ୟୁ ସାର୍ଟିଫିକେଟ କିମ୍ବା ସଂଶୋଧନ କୋଭିଡ୍ ସାର୍ଟିଫିକେଟ୍‌ ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବେ ।

କରୋନା ମୃତ୍ୟୁ ଘଟିଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ବ୍ୟବସ୍ଥା କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରିପକ୍‌ କଂସଲ ଏବଂ ଗୌରବ ବଂଶଲ ନାମକ ୨ ଜଣ ବ୍ୟକ୍ତି । ତେବେ ଏହାର ଶୁଣାଣି କରି ଜୁନ ୩୦ରେ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ରାୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ବୋଲି ଲେଖିବାକୁ ବ୍ୟବସ୍ଥା କରିବାକୁ କହିଥିଲେ ।

ତେବେ ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ । ଏବେ କିନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମୃତ୍ୟୁ ପ୍ରମାଣପତ୍ର ପାଇଁ ଦିଶାନିର୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହିୁ ନିର୍ଦେଶାବଳୀ ଅନୁଯାୟୀ, ଯଦି କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି ତେବେ ମୃତ୍ୟୁ ପ୍ରମାଣପତ୍ରରେ କରୋନା ଯୋଗୁଁ ମୃତ ବୋଲି ଲେଖାଯିବ । ଘରେ କିମ୍ବା ହସ୍ପିଟାଲରେ ଯେକୌଣସି ସ୍ଥାନରେ ମୃତ୍ୟୁ ହୋଇଥିଲେ ମଧ୍ୟ ଡେଥ୍‌ ସାର୍ଟିଫିକଟେ୍‌ ଜାରି ହେବ । ତେବେ ଯଦି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ବିଷ ପିଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣାଜନୀତ ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ମୃତ୍ୟୁ ପ୍ରମାଣବତ୍ର କରୋନା ଲେଖାଯିବ ନାହିଁ ।

   Related Posts