Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କମୁଛି ସଂକ୍ରମଣ ହେଲେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା, ମହାରାଷ୍ଟ୍ରରେ ଗୋଟିଏ ଦିନରେ ଆଖି ବୁଜିଲେ ୯୭୪ ଆକ୍ରାନ୍ତ

16/05/2021 at 10:06 PM

ମୁମ୍ବାଇ ୧୬।୦୫: ମହାରାଷ୍ଟ୍ରରେ କରୋନା ଭାଇରସ୍‌ରେ ମୃତକ ସଂଖ୍ୟା ପ୍ରତିଦିନ ରେକର୍ଡ କାଟୁଛି। ରବିବାର ରାଜ୍ୟରେ କୋଭିଡ୍-୧୯ରେ ୯୭୪ ଜଣଙ୍କ ପ୍ରାଣହାନୀ  ଘଟିଛି। ରାଜ୍ୟରେ କରୋନାରେ ଗୋଟିଏ ଦିନରେ ଆଜି ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଛି। ମହାରାଷ୍ଟ୍ରରେ ନୂତନ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ମଧ୍ୟ ଗତ ଦୁଇ ଦିନ ହେବ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଛି।

ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରବିବାର ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ରେ ୩୪,୩୮୯ ନୂତନ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ଅନ୍ୟପଟେ ୫୯,୩୧୮ ଲୋକ କୋଭିଡ୍-୧୯ରୁ ସୁସ୍ଥ ହୋଇଛନ୍ତି। ନୂତନ କେସ୍ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିବାରୁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି।

ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍ କେସ ସଂଖ୍ୟା ୪, ୬୮, ୧୦୯ ରହିଛି। ଆଜିର ୯୭୪ ଜଣଙ୍କ ମୃତ୍ୟୁକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧,୪୮୬ରେ ପହଞ୍ଚିଛି। ପୂରା ଦେଶରେ ମହାରାଷ୍ଟ୍ର ଏକମାତ୍ର ରାଜ୍ୟ ଯେଉଁଠି ଏତେ ସଂଖ୍ୟାରେ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟୁଛି। ରାଜ୍ୟରେ ଶନିବାର ମଧ୍ୟ ୯୬୦ ଜଣଙ୍କ କରୋନା ଭାଇରସ୍‌ରେ ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ରାଜଧାନୀ ମୁମ୍ବାଇରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଦେଖିବାକ ମିଳିଛି। ରବିବାର ଗତ ୨୪ ଘଣ୍ଟାରେ ସହରରେ ୧୫୪୪ ନୂତନ ମାମଲା ସାମ୍ନାକୁ ଆସିଛି ଏବଂ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ୨୪୩୮ ରୋଗୀ କରୋନାରୁ ଆରୋଗ୍ୟଲାଭ କରିଛନ୍ତି। ମୁମ୍ବାଇରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫,୭୦୨ ରହିଛି।

   Related Posts