କେନାଲରେ ବୁଡ଼ି ଜଣେ ମୃତ - ସମ୍ବଲପୁର
Published By : Prameya-News7 Bureau | July 26, 2018 IST
ସମ୍ବଲପୁର ସଦରଥାନା ଅନ୍ତର୍ଗତ ଭୀକମ୍ ପୁର ଶାସନ କେନାଲରେ ବୁଡି ଜଣକର ମୃତ୍ୟୁ । ମୃତକ ହେଲେ ଗୋବର୍ଦ୍ଧନ ଥାପା। ଗୋବର୍ଦ୍ଧନ କେନାଲରେ ଗାଧୋଉଥିବା ବେଳେ, ହଠାତ୍ ଗୋଡ ଖସି ଯିବାରୁ ଗଭୀର ପାଣିକୁ ଚାଲିଯାଇ ନିଖୋଜ ହୋଇଯାଇଥିଲା। ଏ ସଂପର୍କରେ ପ୍ରଥମେ ଅଗ୍ନିଶମ ବିଭାଗ ଓ ପରେ ସଦରଥାନାକୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଅଗ୍ନିଶମ କର୍ମଚାରୀ ମାନେ ୨ଘଣ୍ଟା ସର୍ଚ୍ଚ ଅପରେସନ୍ କରିବା ପରେ, ମୃତଦେହକୁ ଉଦ୍ଧାର କରି ସଦରଥାନା ପୋଲିସ୍ କୁ ହସ୍ତାନ୍ତର କରିଥିଲେ। ପୋଲିସ୍ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବୁର୍ଲା ଭୀମ୍ ସାରକୁ ପଠାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସଦରଥାନା ଅଧିକାରୀ କହିଛନ୍ତି