ଭୁବନେଶ୍ବର୧୩/୭: ଶ୍ରାଦ୍ଧୋତ୍ସବ ପାଳିତ ହେଲା କିନ୍ତୁ ଏକ ନିଆରା ଢ଼ଙ୍ଗରେ। ଦିବଙ୍ଗତ ଆତ୍ମୀୟଙ୍କ ଅମର ଆତ୍ମା ସଦ୍ଗତି ନିମନ୍ତେ ଅନୁଷ୍ଠିତ ଏହି ଶ୍ରାଦ୍ଧ ଉତ୍ସବ ପରମ୍ପରାଠାରୁ ଭିନ୍ନ ଥିଲେ ବି ଏକ ଉଦାହରଣ ହୋଇଛି। ଏହା ଥିଲା ସ୍ବର୍ଗତ ସୁମିତ୍ରା ଦାସ (ସିଲୁ ଦାସ)ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ । ଜୁଲାଇ ୯ ତାରିଖ ଦିନ ଅନୁଷ୍ଠିତ ସ୍ବର୍ଗତ ସୁମିତ୍ରା ଦାସଙ୍କ ଏହି ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଏକ ନିଆରା ଢ଼ଙ୍ଗରେ ପାଳିତ ହୋଇଛି।
{"id":300040,"width":564,"height":1003,"sizeSlug":"large"}ସଂପ୍ରତି କୋଭିଡ୍-୧୯ କଟକଣା ପରିପ୍ରେକ୍ଷୀରେ ପାରମ୍ପରିକ ଶ୍ରାଦ୍ଧ ଅନୁଷ୍ଠାନ ଓ ଭୋଜି ଭାତ ବଦଳରେ ତାଙ୍କ ସ୍ବାମୀ ଅଜିତ ଦାସ ମିସ୍ନାରିଜ୍ ଅଫ୍ ଚାରିଟି, ମଦର ତେରେସା ଅନୁଷ୍ଠାନକୁ ୧୦ ହଜାର ଟଙ୍କା ଦାନ କରିଥିଲେ। ସେହି ଅର୍ଥରେ ଏହି ସେବା ଅନୁଷ୍ଠାନରେ ପ୍ରାୟ ୧୨୦ ଜଣ ନିରାଶ୍ରୟ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା। ଏହି ନିଆରା ଢ଼ଙ୍ଗରେ ଆୟୋଜିତ ଶ୍ରାଦ୍ଧ ଅନୁଷ୍ଠାନକୁ ରାଜଧାନୀର ବହୁ ବୁଦ୍ଧିଜୀବି ପ୍ରଶଂସା କରିଥିବା ବେଳେ ଏହା ଅନ୍ୟମାନଙ୍କୁ ପାଇଁ ଏକ ଉଦାହଣ ହେବ ବୋଲି ମତ ଦେଇଛନ୍ତି।