ଘଷିପୁରାର ସହିଦ ବ୍ରଜମୋହନଙ୍କୁ ଶ୍ରଦ୍ଧାଞ୍ଜଳି, ଉନ୍ମୋଚିତ ହେଲା ପ୍ରତିମୂର୍ତ୍ତି

Published By : Prameya-News7 Bureau | October 29, 2019 IST

ଆନନ୍ଦପୁର୨୯|୧୦: ୨୦୧୮ ମସିହା ଅକ୍ଟୋବର ୨୭ ତାରିଖ ଦିନ ଛତିଶଗଡ  ବିଜାପୁରଠାରେ ମାଓବାଦୀ ଙ୍କ ଲେଣ୍ଡମାଇନ ବିସ୍ପୋରଣରେ ଘଷିପୁରା ବ୍ଲକ ନଦୁଆଁ ଗ୍ରାମରେ ବ୍ରଜମୋହନ ବେହେରା ହୋଇଥିଲେ ।ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଛି। ପରିବାର ପକ୍ଷରୁ ପ୍ରଥମେ ଶ୍ରାଦ୍ଧ କର୍ମ ଓ ପିଣ୍ଡଦାନ କରାଯାଇଥିଲା।ଅପରାହ୍ନରେ ନଦୁଆଁ ଗ୍ରାମର ମଧ୍ୟସ୍ଥଳରେ ନିଜ ପରିବାର ପକ୍ଷରୁ ନିର୍ମିତ ସହିଦ ବ୍ରଜମୋହନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଇଥିଲେ।

{"id":176415}

ସହିଦ ବ୍ରଜମୋହନ ଘଷିପୁରା ବ୍ଲକ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ବିଧାୟକ କହିଥିଲେ। ଏହି ସଭାରେ ବ୍ରଜମୋହନ ଙ୍କ ପତ୍ନୀ ଜଲିରାଣୀଙ୍କ ସମେତ  ବଡ ଭାଇ ରାଜକିଶୋର ବେହେରା ଓ ସପରିବାର ଉପସ୍ଥିତ ଥିଲେ।

{"id":176417}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.