୪୯.୯୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ୫ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି , ୬୫.୨୬ ଲକ୍ଷ ପେନସନ ଧାରୀ ହେବେ ଉପକୃତ

Published By : Prameya-News7 Bureau | October 09, 2019 IST

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୁଧବାରରେ କେନ୍ଦ୍ରସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତା ଓ ସହାୟତାବୃଦ୍ଧି ପ୍ରସ୍ତାବକୁମଞ୍ଜୁରି ପ୍ରଦାନ କରିଛନ୍ତି । ଚଳିତବର୍ଷ ଜୁଲାଇ ୧ ତାରିଖଠାରୁ ଏହା ପିଛିଲା ଭାବେ ଲାଗୁ ହେବ। ଦର ବୃଦ୍ଧିକୁ ଭରଣା କରିବା ପାଇଁମୂଳ ଦରମା ଓ ଭତା ଉପରେ ବର୍ତମାନର ପ୍ରଚଳିତ ୧୨ ପ୍ରତିଶତ ମହଙ୍ଗା ଭତାକୁ ୫ ପ୍ରତିଶତ ବୃଦ୍ଧି କରାଯିବ । ସପ୍ତମବେତନ କମିଶନର ସୁପାରିଶ ଆଧାରରେ ସ୍ଥିର କରାଯାଇଥିବା ସୂତ୍ର ଅନୁଯାୟୀଏହି ମହଙ୍ଗା ଭତା ବୃଦ୍ଧି ଲାଗୁ କରାଯାଇଛି।
ଏହି ମହଙ୍ଗା ଭତା ଓ ସହାୟତା ରାଶି ଲାଗୁ କରାଯିବା ଦ୍ୱାରା ରାଜକୋଷ ଉପରେ ୨୦୧୯-୨୦ ଆର୍ଥିକବର୍ଷରେ ଜୁଲାଇ ୨୦୧୯ରୁ ଫେବୃଆରୀ ୨୦୨୦, ୮ ମାସ ପର୍ଯ୍ୟନ୍ତ) ୧୫୯୦୯.୩୫ ଏବଂ ୧୦୬୦୬.୨୦ କୋଟି ଟଙ୍କାର ବୋଝ ପଡିବ । ଏହାଲାଗୁ ହେବା ପରେ ପ୍ରାୟ ୪୯.୯୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନ ଧାରୀ ଉପକୃତ ହେବେ।
ଦର ବୃଦ୍ଧି ଅନୁଯାୟୀ ସରକାରୀ କର୍ମଚାରୀ ଓ ପେନସନ ଧାରୀଙ୍କ ପାଇଁ ମହଙ୍ଗା ଭତା ଓ ସହାୟତା ରାଶି ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧ରେ ମହଙ୍ଗାଭତା ଓ ସହାୟତାରାଶିକୁ ପୁନଃ ନିର୍ଦ୍ଧାରିତକରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.