ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା : ବଢ଼ିଲା ମହଙ୍ଗା ଭତ୍ତା
22/11/2018 at 1:47 PM

ହରିୟାଣା ୨୨/୧୧ : ହରିୟାଣା ସରକାର ନିଜର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି | ଷଷ୍ଠ ବେତନ କମିଶନ ଅନ୍ତର୍ଗତ ପୂର୍ବରୁ ପେ-ସ୍କେଲ ପାଉଥିବା ସଂଶୋଧିତ ରାଜ୍ୟର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୬ ପ୍ରତିଶତ ବଢ଼ାଇ ଦେଇଛନ୍ତି | ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ମୂଳ ଦରମାର ୧୪୨ ପ୍ରତିଶତରୁ ବୃଦ୍ଧି କରି ୧୪୮ ପ୍ରତିଶତ କରିଦିଆଯାଇଛି | ୨୦୧୮ ମସିହା ଜୁଲାଇ ୧ ତାରିଖରେ ବିଧିବଦ୍ଧ ଭାବେ ଗଣନା କରାଯିବ | ରାଜ୍ୟର ଅର୍ଥ ମନ୍ତ୍ରାଳୟର ଅଫିସିଆଲ ନୋଟିଫିକେସନ ଅନୁସାରେ ୬ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇ ଦିଆଯିବା ଫଳରେ ରାଜ୍ୟରେ ୧୨ କୋଟି ଟଙ୍କାର ଅତିରିକ୍ତ ମାସିକ ବୋଝ ବଢିବ |
ହରିୟାଣା ସରକାର ରାଜ୍ୟର ଅବସର ଭତ୍ତା ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି | ଏହି ବୃଦ୍ଧି ଜୁଲାଇ ୧ ତାରିଖରୁ ଲାଗୁ ହୋଇଛି | ଏହିଭଳି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଅନୁରୂପ ରାଜ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୭ ପ୍ରତିଶତରୁ ବୃଦ୍ଧି କରି 9 ପ୍ରତିଶତ କରାଯାଇଛି | ଏହି ବୃଦ୍ଧି ଯୋଗୁଁ ଚଳିତ ବର୍ଷ ୨୦୧୮-୧୯ ରାଜ୍ୟ ସରକାରଙ୍କ ପାଇଁ ୯୨.୬୪ କୋଟି ଟଙ୍କାର ଋଣ ବୋଝ ଆସିଛି |
ଉତ୍ତରପ୍ରଦେଶ ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି | ନିକଟରେ ଉତ୍ତର ପ୍ରଦେଶ ସରକାର କେନ୍ଦ୍ର କର୍ମଚାରୀଙ୍କ ଭଳି ରାଜ୍ୟ କର୍ମଚାରୀଙ୍କ ଭଳି ଜୁଲାଇ ୧ ତାରିଖରୁ ବଢିଥିବା ମହଙ୍ଗା ଭତ୍ତା ୨୦୧୭-୧୮ ରେ ୩୦ ଦିନ ର ବୋନସ ଦେବା ପାଇଁ ଘୋଷଣା କରିଥିଲେ | ରାଜ୍ୟ କର୍ମଚାରୀ, ସହଯୋଗୀ ଶିକ୍ଷକ ଏବଂ ପ୍ରାବନ୍ଧିକ ଶିକ୍ଷକ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ଜୁଲାଇ ୧ ତାରିଖରୁ ବଢିଥିବା ଦରମା ଅନୁଯାୟୀ ମହଙ୍ଗା ଭତ୍ତା ଦିଅଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି |