ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି ; ଜୁଲାଇ ୧ତାରିଖରୁ ପିଛିଲା ଭାବେ ଲାଗୁହେବ

Published By : Prameya-News7 Bureau | October 15, 2018 IST

ଭୁବନେଶ୍ବର ୧୫|୧୦: ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ରାଜ୍ୟ ସରକାର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହାକୁ ମିଶାଇ ମହଙ୍ଗା ଭତ୍ତା ୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଭତ୍ତା ଜୁଲାଇ ୧ତାରିଖରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ ଭତ୍ତା । ଏହାଦ୍ବାରା ଉପକୃତ ହେବେ କର୍ମଚାରୀ ଏବଂ ପେନସନଭୋଗୀ । ଓ୍ବାର୍କ ଚାର୍ଜ କର୍ମଚାରୀଙ୍କ ସହ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ମଧ୍ୟ ଉପକୃତ ହେବେ । ଏଥିରେ ପାଖାପାଖି ୩ଲକ୍ଷ ସରକାରୀ କର୍ମଚାରୀ ଏବଂ ୪ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏହାଦ୍ବାରା ଉପକୃତ ହେବେ । ପୂର୍ବରୁ କେନ୍ଦ୍ରସରକାର ମହଙ୍ଗା ବୃଦ୍ଧି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.