ମହଙ୍ଗା ଭତ୍ତା ୩ପ୍ରତିଶତ ବୃଦ୍ଧି, ଜାନୁଆରୀ ପହିଲାରୁ ପିଛଲା ଭାବେ ଲାଗୁ ହେବ

Published By : Prameya-News7 Bureau | February 25, 2019 IST

ଭୁବନେଶ୍ବର ୨୫|୨: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ଜାନୁଆରୀ ପହିଲାରୁ ପିଛଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବ ।

ପୂର୍ବରୁ ମହଙ୍ଗା ଭତ୍ତା ୯ପ୍ରତିଶତ ରହିଥିଲା । ଏଣିକି ସରକାରୀ କର୍ମଚାରୀ ଓ ପେନସନଭୋଗୀ ୧୨ ପ୍ରତିଶତ ମହାଙ୍ଗା ଭତ୍ତା ପାଇବେ । ଏହା ୨୦୧୯ ଜାନୁଆରୀ ପହିଲାରୁ ପିଛଲା ଭାବେ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୪୮ ଲକ୍ଷ ସରକାରୀ କର୍ମଚାରୀ, ୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.