ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ଦୁଇ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧: ସରକାରୀ ଉଦ୍ୟୋଗ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି । ମହଙ୍ଗା ଭତ୍ତା ଅତିରିକ୍ତ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ପରିବର୍ତ୍ତିତ ଦରମା ହାର ୨୦୧୭ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭ପ୍ରତିଶତରୁ ୯ପ୍ରତିଶତକୁ ବୃଦ୍ଧି ପାଇଛି । ଚଳିତବର୍ଷ ୧ ଜୁଲାଇରୁ ଏହା ପିଛିଲା ଭାବେ ଲାଗୁ ହେବ । ଯେଉଁ ଉଦ୍ୟୋଗଗୁଡିକ ସରକାରଙ୍କ ନିର୍ଦ୍ଧାରିତ ସର୍ତ୍ତ ପାଳନ କରିଥିବେ ସେହି ଉଦ୍ୟୋଗର କର୍ମଚାରୀମାନେ ହିଁ ଏହି ମହଙ୍ଗା ଭତ୍ତା ପାଇବେ । ଏହି ସର୍ତ୍ତ ପୂରଣ କରିନଥିବା ଉଦ୍ୟୋଗମାନେ ସେମାନଙ୍କର ପ୍ରଶାସନିକ ବିଭାଗ ଜରିଆରେ ସାଧାରଣ ଉଦ୍ୟୋଗ ବିଭାଗକୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ବିଚାର ପାଇଁ ପଠାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.