Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ହରଡଘଣାରେ ପଡିଲେ ଯୋଗାଣ ବିଭାଗର ଅଧିକାରୀ: ଯାଇଥିଲେ ତଦନ୍ତ ପାଇଁ, ଗାଁ ବାଲା ଦେଲେ ଅଟକାଇ

23/11/2020 at 11:02 PM

ଭଦ୍ରକ୨୩/୧୧: ଯୋଗାଣ ବିଭାଗର ଅଧିକାରୀଙ୍କ ନୂଆ ଅବତାର। ଲୋକଙ୍କ ଅଭିଯୋଗ ପରେ ତଦନ୍ତ ପାଇଁ ଯିବା ବେଳେ ହିତାଧିକାରୀ ତାତିଲେ। ଫେରିବା ବେଳେ ଯୋଗାଣ ବିଭାଗର ଅଧିକାରୀଙ୍କ ଗାଡି ସମ୍ମୁଖରେ ବସି ରହିଲେ। ଦୀର୍ଘ ସମୟ ପରେ ଫେରିଲେ କିନ୍ତୁ ଗଣମାଧ୍ୟମକୁ ନୀତି ନିୟମ ଦେଖାଇ କିଛି କହିବା ପାଇଁ ମନା କଲେ। ଆଉ ଲୋକେ ଯେତେବେଳେ ପଚାରିଲେ କହିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ। କିନ୍ତୁ ୫ ଦିନ ହେଲାଣି କେବଳ ତଦନ୍ତ ପରେ ତଦନ୍ତ ହେଉଛି ଆଉ ଲାଗୁଛି ଯେମିତି ତଦନ୍ତ ଆଳରେ ବେଆଇନକୁ ନିୟମ ସମ୍ମତ କରିବା ପାଇଁ ସମୟ ସାରୁଛି ବିଭାଗ।

ଏହି ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ତେସିଙ୍ଗା ଗ୍ରାମପଞ୍ଚାୟତର ଦୃଶ୍ୟ । ଏଠି ମେଳି ବାନ୍ଧିଛନ୍ତି ପଞ୍ଚାୟତର କେତେକ ବାସିନ୍ଦା। ସମସ୍ତେ ମିଶି ଯୋଗାଣ ବିଭାଗ ଅଧିକାରୀଙ୍କୁ ଅଟକ ରଖିଛନ୍ତି। କାରଣ ସେମାନେ ଅଭିଯୋଗ କରିବା ପରେ ମଧ୍ୟ ନା ଚାଉଳ ମିଳୁଛି ନା କାର୍ଯ୍ୟାନୁଷ୍ଠାନ ହେଉଛି । କେବଳ ତଦନ୍ତ ହେଉଛି ଆଉ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ମିଳୁଛି । ସୂଚନାଯୋଗ୍ୟ ଯେ ନଭେମ୍ବର ମାସ ୧୯ ତାରିଖ ଦିନ ତେସିଙ୍ଗା ପଞ୍ଚାୟତର ଡିଲରଙ୍କର କୁଲଣା ନିକଟରେ ଥିବା ଏକ ଗୋଦାମ ଘରେ ଟ୍ରକରେ ଚାଉଳ ଖାଲି କରାଯାଉଥିଲା ।

ସ୍ଥାନୀୟ ଲୋକେ ଟ୍ରକଟିକୁ ଅଟକ ରଖିଥିଲେ। ପରେ ଯୋଗାଣ ନିରୀକ୍ଷକ ଓ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କାଗଜପତ୍ର ଯାଞ୍ଚ ବେଳେ ୪୦ ବସ୍ତା ଚାଉଳ ସମ୍ପୃକ୍ତ ଡିଲରଙ୍କ ନିକଟରେ ପହଞ୍ଚିବା କଥା କିନ୍ତୁ ସେହି ଗୋଦାମରେ ୧୨୦ ବସ୍ତା ଚାଉଳ ଖାଲି କରଯାଇଥିଲା ଓ ଟ୍ରକରେ ଆହୁରି ୪୦ ବସ୍ତା ଚାଉଳ ଥିଲା । ଯୋଗାଣ ନିରୀକ୍ଷକ ବେଆଇନ ଚାଉଳ ଚାଲାଣ ହେଉଥିବା ନେଇ ଭଣ୍ଡାରୀପୋଖରୀ ଥାନାରେ ଲିଖିତ ଏତଲା ଦେଇଥିଲେ।

   Related Posts