Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଡିଲର ମାଡରେ ଦୋକାନୀ ଓ ତାଙ୍କ ଝିଅ ଗୁରୁତର

1/12/2019 at 11:39 AM

କଟକ ୧/୧୨: ଡିଲରର ଗୁଣ୍ଡାଗିରି । ଡିଲରର ମାଡରେ ଦୋକାନୀ ଓ ତାଙ୍କ ଝିଅ ଗୁରୁତର ହୋଇଛନ୍ତି।

 ବାଙ୍କୀ ଥାନା ଅନ୍ତର୍ଗତ ଉପରପାଥପୁର ଗାଁରେ ଘଟିଛି ଏହି ଘଟଣା । ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତି ହୋଇଛନ୍ତି ୨ଜଣ । ସେପଟେ ପୀଡିତାଙ୍କ  ପକ୍ଷରୁ ବାଙ୍କୀ ଥାନାରେ ଏତଲା ଦିଆଯାଇଛି ।ଏତଲା ଦେବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ କରୁଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଗୁରୁତର ଦୋକାନୀ ସେହି ଉପରପାଥପୁର ଗାଁର ଏକ କ୍ୟାବିନ ପକାଇ  ବହୁବର୍ଷହେବ ଦୋକାନ କରିଛନ୍ତି ।ହେଲେ  ସେହି କ୍ୟାବିନଟି ଉପରେ ହୋଇଥିବା ଚାଳ ଛପରଟି ବାତ୍ୟାରେ ପଦାକୁ ବାହାରିଯାଇଥିବାବେଳେ ସେହି ବାଟ ଦେଇ ଯାଉଥିବା ଡିଲରର ଚାଉଳ ଗାଡିଟି ବୁଲି ନ ପାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଡିଲର ଦୋକାନୀଙ୍କୁ ଧମକ ଦେଇଥିଲା ଦୋକାନ ଘୁଂଚାଇବାକୁ ।ହେଲେ ଦୋକାନୀଙ୍କ କ୍ୟାବିନ ସେଠାରୁ ଭିତରକୁ ଘୁଂଚାଇବାରେ ବିଳମ୍ବ ହେବାରୁ କାଠଫାଳିଆ ଧରି ଡିଲର ଦୋକାନୀଙ୍କୁ ମାଡ ମାରିଥିଲା ।ଦୋକାନୀଙ୍କ ଚିତ୍କାର ଶୁଣି ତାଙ୍କ ଝିଅ ଘରୁ ବାହାରି ଆସି ଛଡାଇବାରୁ ତାଙ୍କୁ ମଧ୍ୟ ବାଡେଇବାକୁ ପଛାଇନଥିଲା ଡିଲର । ଉଭୟେ ବାପ ଝିଅ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲରେ ଚିକିତ୍ସିତ ହୋଇ ଏବେ ଘରକୁ ଫେରିଛନ୍ତି ।ସେମାନେ ଏବେ ସୁସ୍ଥ ଥିବା ବେଳେ ତାଙ୍କ ଝିଅର ମୁଣ୍ଡରେ ଜୋର ଆଘାତ ଲାଗିଛି ଓ ବୃଦ୍ଧ ବାପାଙ୍କର ବେକ ଫୁଲି ବହୁ କଷ୍ଟ ପାଉଥିବାବେଳେ ପୁଲିସ ଅଭିଯୁକ୍ତକୁ ଧରିବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି ।ସେପଟେ ଡିଲର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ପୀଡିତା ।

   Related Posts